କଳାହାଣ୍ଡି, ୦୮/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ପରିଶ୍ରମ କରୁଛନ୍ତି ଚାଷୀ, ଅଧିକରୁ ଅଧିକ ଲାଭବାନ ହେଉଛନ୍ତି ଦଲାଲ । ଥୁଆମୂଲ ରାମପୁର ବ୍ଲକ ରୁ ଟ୍ରକ୍ ଟ୍ରକ୍ , ବିଭିନ୍ନ ପ୍ରକାରର ଆମ୍ବ ଅନ୍ୟ ରାଜ୍ୟକୁ ରପ୍ତାନି ହେଉଛି ପ୍ରଶାସନିକ ଅବହେଳା ଯୋଗୁଁ ଦଲାଲ ଙ୍କ ଜରିଆରେ କିନ୍ତୁ ଅତି ଦୁଃଖର ବିଷୟ ଯେ ଏହି ବ୍ଲକ ରେ ନା ଅଛି ଶୀତଳ ଭଣ୍ଡାର ର ବ୍ୟବସ୍ଥା ନା ଯୁସ କିମ୍ବା ଆଚାର ପ୍ରକ୍ରିୟାକରଣ ୟୁନିଟ ଯଦି ଏହିସବୁ ଥାଆନ୍ତା ସେଥିରେ ଚାଷୀ ସଠିକ୍ ସମୟରେ ଉଚିତ୍ ଦାମ୍ ରେ ବିକ୍ରି କରିପାରନ୍ତେ ଓ ଅଞ୍ଚଳ ର ଶହ ଶହ ଯୁବପିଢି ନିଜ ଅଞ୍ଚଳରେ କାମ ପାଇ ପାରନ୍ତେ, ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉ ନ ଥାନ୍ତେ। ମିଶନଶକ୍ତି, ପ୍ରଡ୍ୟୁସର କମ୍ପାନୀ, ସ୍ବେଛାସେବୀ ସଂସ୍ଥା, ଓ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ। ଏପଟେ ଦଲାଲ ଙ୍କ କବଜାରେ ଚାଷୀ, ଶାଗମାଛ ଦରରେ ଟ୍ରକ୍ ଟ୍ରକ୍ ଆମ୍ବକୁ ଦଲାଲ ଙ୍କ ପାଖରେ ବିକିବାକୁ ବାଧ୍ୟ ହେଉଛନ୍ତି ଥୁଆମୂଲ ରାମପୁର ର ଚାଷୀ। ଚାଷୀଙ୍କ ଠାରୁ ଦଲାଲ ଅତି କମ୍ ମୂଲ୍ୟରେ ନେଇ ଅନ୍ୟ ରାଜ୍ୟର ପୁଞ୍ଜିପତି ବ୍ୟବସାୟ ଙ୍କୁ ଯୋଗାଯୋଗ କରି କେବଳ ମଧ୍ୟସ୍ଥି ସାଜି ଅଧିକ ଲାଭ ଉଠାଇ ମାଲାମାଲ ସାଜିଛନ୍ତି। ଏହି ମଧ୍ୟସ୍ଥି ରୋଲ କରିବା ପାଇଁ ଥୁଆମୂଲ ରାମପୁର ବ୍ଲକ ରେ ମିଶନଶକ୍ତି ଜରିଆରେ ବିଭିନ୍ନ ପ୍ରଡ୍ୟୁସର କମ୍ପାନୀ , ମହିଳା ସଞ୍ଚୟ ଦଳ, ପ୍ରଡ୍ୟୁସର୍ ଗ୍ରୁପ, ସ୍ବେଛାସେବୀ ସଂଗଠନ ମାନେ ଦାୟିତ୍ଵ ଗ୍ରହଣ କରିଥିବା ଶୁଣାଯାଏ କିନ୍ତୁ ଅଞ୍ଚଳବାସୀ ଙ୍କ ପାଇଁ ତାହା ସାତ ସପନ । ଲୋକଙ୍କ ଚର୍ଚା ଓ ଅଞ୍ଚଳବାସୀଙ୍କ ମତାମତ ଅନୁଯାୟୀ ମିଶନଶକ୍ତି, ପ୍ରଡ୍ୟୁସର କମ୍ପାନୀ , ଓ ସ୍ବେଛାସେବୀ ସଂସ୍ଥା ମାନେ ଅନେକ ସଭା ସମିତି ବୈଠକ ରେ ଉତ୍ପାଦକ ଶସ୍ୟ ଓ ବିଭିନ୍ନ ଚାଷରୁ ଅମଳ ହେଉଥିବା ଦ୍ରବ୍ୟକୁ ଚାଷୀ ଯେମିତି ଉଚିତ୍ ମୂଲ୍ୟରେ ସିଧା ସଳଖ ବଡ଼ ବଡ଼ ବାହାର ରାଜ୍ୟର ପୁଞ୍ଜିପତି ବ୍ୟବସାୟୀ ଙ୍କ ପାଖରେ ବିକ୍ରି କରି ଦୁଇଗୁଣା ଲାଭ ପାଇବା ସମ୍ପର୍କରେ ସାହାଯ୍ୟ କରୁଛୁ ବୋଲି ଉପସ୍ଥାପନା କରନ୍ତି କିନ୍ତୁ ପ୍ରକୃତରେ ତାହା ଭାଷଣ ବାଜି ରେ ସୀମିତ । ଚାଷୀଙ୍କ କହିବା ଅନୁଯାୟୀ କେବଳ ଆମ୍ବ , ପଣସ , କାଜୁ, ଓ ଲଘୁବନଜାତ ଦ୍ରବ୍ୟ ନୁହଁ ପନିପରିବା ଚାଷକରି ମଧ୍ୟ ଚାଷୀ ଉଚିତ୍ ମୂଲ୍ୟ ପାଇନ ପାରି ଦଲାଲ ଠାରୁ ଶୋଷିତ ହେଉଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଖବର ପ୍ରସାରଣ ପରେ ଦାୟିତ୍ଵ ରେ ଥିବା ବିଭାଗ , ପ୍ରଡୁସର୍ କମ୍ପାନୀ ଓ ପ୍ରଶାସନ କିପରି କେବେ ପଦକ୍ଷେପ ନେବେ ଅଞ୍ଚଳବାସୀ ଅପେକ୍ଷାରେ।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
