Hot Posts

6/recent/ticker-posts

ଡାକ୍ତରଙ୍କୁ ମାଡ଼ ଘଟଣା ପରେ ଉତ୍ତେଜନା , କଳା ବ୍ୟାଚ୍ ପିନ୍ଧି ଡାକ୍ତରଙ୍କ ପ୍ରତିବାଦ

ମାଲକାନଗିରି, ୧୯/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲାରେ ଡାକ୍ତରଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣା ପରେ ଚିକିତ୍ସା ସେବା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତରମାନେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଓଡ଼ିଶା ମେଡିକାଲ ସେବା ସଂଘ (OMSA) ଶାଖା ପକ୍ଷରୁ ମଧ୍ୟ ଏହି ପ୍ରତିବାଦକୁ ସମର୍ଥନ ଜଣାଯାଇଛି । ସଂଘର ସଦସ୍ୟମାନେ ଡାକ୍ତରଙ୍କ ସୁରକ୍ଷା ଦାବିକୁ ଜୋରଦାର ଭାବେ ଉଠାଇଛନ୍ତି ଏବଂ ଆକ୍ରମଣକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ହସ୍ପିଟାଲ ପରିସରରେ ଡାକ୍ତରମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଠୋର କରିବାକୁ ମଧ୍ୟ ଆବଶ୍ୟକତା ଉପରେ ଜୋର ଦିଆଯାଇଛି । ଅନ୍ୟପଟେ, ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ସହ ନେଇଛି ଏବଂ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଥିବା ସୂଚନା ମିଳିଛି ।



ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।