କଳାହାଣ୍ଡି, ୧୬/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ରୋଗୀ ସେବାରେ ଅବହେଳା, ହଇରାଣ ହେଉଛନ୍ତି ସାଧାରଣ ଲୋକ, ଚିକିତ୍ସା ପାଇଁ ଆସିଥିବା ଏମର୍ଜେନ୍ସି ରୋଗୀ ଙ୍କୁ ବେଡ୍ ବି ଦିଆଯାଉ ନାହିଁ ଫଳରେ ଗୋଟିଏ ରୋଗୀ ର ଚେୟାର ରେ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ଚେୟାର ହିଁ ମୃତୁ ଘଟିଛି ଚିକିତ୍ସା ଅବହେଳା ବିକଳ୍ପ ଚିତ୍ର ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥା ନଥିବା, ରୋଗୀ ପାଇଁ ବେଡ୍ ନାହିଁ, ରୋଗୀ ଦେଖିବା ପାଇଁ ବା ଚିକିତ୍ସା ପାଇଁ ନର୍ସ ଡାକ୍ତର ଅଭାବ, ଲିଫ୍ଟ କାମ ଦେଉ ନାହିଁ ଔଷଧ ଅଭାବ, ସଫାସୁଥାରେ ଅନିୟମିତତା ଏବଂ ବିଭିନ୍ନ ବିଭାଗରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବା ଭଳି ସମସ୍ୟା ନେଇ ରୋଗୀ ଓ ସେମାନଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତିଦିନ ଶତାଧିକ ରୋଗୀ ଚିକିତ୍ସା ପାଇଁ ଭବାନୀପାଟଣା ସରକାରୀ ଡାକ୍ତରଖାନାକୁ ଆସୁଥିବା ବେଳେ ମୌଳିକ ସୁବିଧାର ଅଭାବ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବାହ୍ୟ ରୋଗୀ ବିଭାଗରେ ଲମ୍ବା ଧାଡ଼ି, ୱାର୍ଡଗୁଡ଼ିକରେ ଅପର୍ଯ୍ୟାପ୍ତ ସଫାସୁଥା ଏବଂ କେତେକ ସ୍ଥାନରେ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ଆସୁଛି। ଏହାସହ ଅନେକ ସମୟରେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଥିବା ଅଭିଯୋଗ ମଧ୍ୟ ଉଠିଛି। କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଗୋଟିଏ ରୋଗୀ ର ବିକଳ୍ପ ଚିତ୍ର ଦେଖିବାକୁ ମିଳିଛି ବେଡ୍ ର ଅଭାବ ଯୋଗୁଁ ରୋଗୀ ଙ୍କୁ ଚେୟାର ବସାଇଥିଲେ କେତେ ଘଣ୍ଟା ପରେ ବି ସେ ରୋଗୀ ଙ୍କୁ ନା ନର୍ସ, ଡାକ୍ତର କିଏ ବି ଚିକିତ୍ସା କରିବାକୁ ଦେଖି ଆସି ନ ଥିଲେ ଫଳରେ ଚେୟାର ରେ ବସିଥିବା ଅବସ୍ଥାରେ ରୋଗୀ ର ମୃତୁ ହୋଇଥିଲା ଅକ୍ସିଜେନ ଲାଗିଛି ମାତ୍ର ବେଡ୍ ମିଳିନା ନାହିଁ ଚେୟାର ରେ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ରୋଗୀ ର ମୃତୁ ଘଟିଛି ଏମର୍ଜେନ୍ସି ରୋଗୀ ଙ୍କୁ କାହିଁକି ଚିକିତ୍ସିତ ଭଲ ରେ କରୁ ନାହାନ୍ତି ଅବହେଳା ଦେଖିବାକୁ ମିଳୁଛି ଏହା ଏକ ପ୍ରଶ୍ନ ବାଚି ସୃଷ୍ଟି କରିଛି ଫଳରେ ଜଣେ ରୋଗୀ ଚିକତ୍ସା ହେବା ପାଇଁ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ସରକାରୀ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ ମାତ୍ର ତାଙ୍କୁ ଗୋଟେ ବେଡ୍ ବି ଦିଆ ଯାଉ ନାହିଁ ଫଳରେ ଚିକିତ୍ସା ଅଭାବରୁ ଚେୟାର ହିଁ ରୋଗୀ ର ମୃତୁ ଘଟିଛି ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ, ଭୂମିସ୍ତରରେ ଏଭଳି ଅବ୍ୟବସ୍ଥା ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି। ତେବେ ଏହି ଅଭିଯୋଗ ଉପରେ ଡାକ୍ତରଖାନା କର୍ତ୍ତୃପକ୍ଷ କେଉଁ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
