ଆଇରନ ବୋଝେଇ ଟ୍ରକକୁ ଧକାଦେଲା କଣ୍ଟେନର, ଚାଳକ ଗୁରୁତର।
ବାସୁଦେବପୁର, ୧୬/୦୬ ( ନବଦୂତ ) : ସୂଚନା ମୁତାବିକ, ଭଦ୍ରକ ଜିଲ୍ଲା ବାସୁଦେବପୁର ମୁଖ୍ୟରାଜରାସ୍ତା ସନିମନ୍ଦିର ସମୁଖ ରାସ୍ତାରେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ କୁ ଭାରସମ୍ୟ ହରାଇ ଧକାଦେଲା ଅନ୍ୟଏକ କଣ୍ଟେନର। ଆଇରନ ବୋଝେଇ ଟ୍ରକ କୁ କଣ୍ଟେନର ଜୋର ରେ ଧକା ଦେବା ଫଳରେ କଣ୍ଟେନର ଚାଳକ ଗାଡ଼ିରେ ଚାପିହୋଇ ଯାଇଥିଲେ।ସ୍ଥାନୀୟ ଲୋକ ନିକଟ ଅଗ୍ନିଶମବାହୀନ ଟିମ କୁ ଡକାଇ ତୁରନ୍ତ ଗାଡ଼ିରେ ଚାପି ହୋଇ ରହିଥିବା ଚାଳକ କୁ ଗାଡିର ସିଟକୁ କାଟି ଚାଳକକୁ ଉଦ୍ଧାର କରି ନିକଟ ବାସୁଦେବପୁର ଡାକ୍ତର ଖାନାରେ ଭର୍ତି କରାଇଥିଲେ। ତଥା ଘଟଣା ସ୍ଥଳେ ପୋଲିସ ପହଂଚି ରାସ୍ତାରେ ଥିବା ଦୁଇ ଟ୍ରକ କୁ ହଟାଇ ଥିବାର ସୂଚନାମିଳିଛି
ସମ୍ବାଦଦାତା-ମାନସ କୁମାର ସାହୁ