ଲାଞ୍ଜିଗଡ଼, ୧୫/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ସେବା ଓ ସୁରକ୍ଷାର ବଡ଼ ବଡ଼ ଦାବି କରୁଥିବା ଅଗ୍ନିଶମ ବିଭାଗର ଅସଲ ଚେହେରା ପୁଣି ଥରେ ପଦାରେ ପଡ଼ିଛି। ପର୍ଯ୍ୟାପ୍ତ ଉଦ୍ଧାର ସାମଗ୍ରୀର ଅଭାବ ଯୋଗୁଁ ଜଣେ ଦୁର୍ଘଟଣାଗ୍ରସ୍ତ ମୃତ ଚାଳକଙ୍କ ଶବ ୧୨ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉଦ୍ଧାର ହୋଇପାରି ନାହିଁ। ଏଭଳି ଏକ ଅଭାବନୀୟ ତଥା ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ୬ ନମ୍ବର ରାଜ୍ୟ ରାଜପଥରେ। ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଗାଡ଼ିର ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଗାଡ଼ିଟି ଏଭଳି ଭାବେ ଚୂରମାର ହୋଇଯାଇଛି ଯେ, ମୃତ ଚାଳକଙ୍କ ଶରୀରଟି ଗାଡ଼ି ଭିତରେ ଚାପି ହୋଇ ରହିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ ଅଗ୍ନିଶମ ବାହିନୀ ଅବଗତ ଥିବା ସତ୍ବେ ଗାଡ଼ି କାଟି ମୃତଦେହ ବାହାର କରିବା ପାଇଁ ଅଗ୍ନିଶମ ବିଭାଗ ପାଖରେ ଆଧୁନିକ କଟର କିମ୍ବା ଆବଶ୍ୟକୀୟ ଉଦ୍ଧାର ସାମଗ୍ରୀ ନ ଥିବା ଯୋଗୁଁ ଘଟଣାସ୍ଥଳ ରେ ପହଞ୍ଚି ନଥିବା ଖବର ପ୍ରସାରଣ ପର୍ଯ୍ୟନ୍ତ ସୁଚନା ମିଳିଛି। । ବିଭାଗର ଏହି ଚରମ ଅବହେଳା ଯୋଗୁଁ ଦୀର୍ଘ ୧୨ ଘଣ୍ଟା ହେବ ମୃତ ଦେହଟି ଗାଡ଼ି ଭିତରେ ପଡ଼ି ରହିଥିଲା। "ଜରୁରୀକାଳୀନ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଅଗ୍ନିଶମ ବିଭାଗ ପାଖରେ ଯଦି ସାଧାରଣ ଉଦ୍ଧାର ସାମଗ୍ରୀ ଟିକକ ନାହିଁ, ତେବେ ଏହି ବିଭାଗ କେଉଁ କାମର? ଜଣେ ମୃତ ବ୍ୟକ୍ତିଙ୍କ ପ୍ରତି ମଧ୍ୟ ପ୍ରଶାସନର ସମ୍ବେଦନଶୀଳତା ନ ଥିବା ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
