ଲୁଣିଆ, ୧୫/୦୬ ( ନବଦୂତ ) : ଲୁଣିଆ ଗ୍ରାମଯୁବକ ସଂଘ ତରଫରୁ ମହାଆଢମ୍ଭରେ ପାଳିତ ହେଲା ରଜ ଅଭିବନ୍ଦନ ୨୦୨୬। ଇତିହାସ ରଚିତ ଓଡିଶା ପ୍ରସିଧ ଭଦ୍ରକଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ଲୁଣିଆଗୁଳି କାଣ୍ଡଭୂମି ଲୁଣିଆ ମେଳଣପଦା।ଯାହା ସମସ୍ତ ଓଡିଶା ବାସୀଙ୍କୁ ଉଣା ଅଧିକେ ଜଣା ।ମରାଳ ମାଳିନୀ ସଷ୍ୟ ସାମଳିନୀ ଲୁଣିଆ ମେଳଣପଦା ରେ ଲୁଣିଆ ଗ୍ରାମ ଯୁବକସଂଘ ତରଫରୁ ପାଳିତ ପ୍ରଥମବାର୍ଷିକ ରଜ ଅଭିନନ୍ଦନ।ବହୁ ଆଖ ପାଖ ଅଞ୍ଚଳରୁ ଯୁବକ ଯୁବତୀ,ଦମ୍ପତି ମାନେ ଆସି ମେଳଣପଡିଆ ରେ ସଜାଯାଇଥିବା ସେଲ୍ଫିପଏଣ୍ଟ,ଡିଜେ ଡ୍ୟାନ୍ସ ,ଚର୍କୀ ଦୋଳି,ପଟା ଦୋଳି,ଛୋଟବଡ଼ ଓ କୁନିକୁନି ପିଲା ମାନଙ୍କ ମନୋରଞ୍ଜନପାଇଁ ରଜଦୋଳି, ମେଳଣପଡିଆରେ ଥିବା ବ୍ରଟବୃକ୍ଷରେ ସଜାଯାଇ ଥିବା ଦୋଳିଖେଳି ପିଲାମାବେ ଖୁସିଲାଘବ କରିଥିଲେ ଓ ଗ୍ରୀଷ୍ମ ତାପ ତୃଷ୍ନାଲାଘବ ପାଇଁ ଜଳ ଓ ଦହିସର୍ବତ ର ଵ୍ୟଵସ୍ତାମଧ୍ୟ କରାଯାଇଥିଲା।ତଥା ଗ୍ରାମର ଯୁବକ ମାନଙ୍କ ତରଫରୁ ସାନ୍ଧ୍ୟ ମନୋରଞ୍ଜନ ପାଇଁ କବାଡି ଖେଳ ପ୍ରତିଯୋଗିତା କରା ଯାଇଥିବାର ସୂଚନା ମିଳିଛି।
ସମ୍ବାଦଦାତା-ମାନସ କୁମାର ସାହୁ


