Hot Posts

6/recent/ticker-posts

ବାଲିଆପାଳ ପଂଚାୟତ ସମିତି ବିକାଶ ଧାରା ଓଡିଶା ସାରାର ଚତୁର୍ଥ ଦିବସରେ ବିଭିନ୍ନ ସରକାରୀ ଯୋଜନା ସୁବିଧା ସୁଯୋଗ ବଣ୍ଟନ ସମ୍ବନ୍ଧୀୟ କର୍ମଶାଳା ଓ ସମ୍ମିଳନୀ

ବାଲିଆପାଳ, ୨୩/୦୬ ( ସନ୍ୟାସୀ ବେହେରା ) : ତା 23/6/26ରିଖ ମଙ୍ଗଳ ବାର ବାଲିଆପାଳ ପଂଚାୟତ ସମିତିରେ ବିକାଶ ଧାରା ଓଡିଶା ସାରାର ଚତୁର୍ଥ ଦିବସରେ ବିଭିନ୍ନ ସରକାରୀ ଯୋଜନା ସୁବିଧା ସୁଯୋଗ ବଣ୍ଟନ ସହିତ ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତ୍ତନର କର୍ମଶାଳା ଓ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ଏହି ସମ୍ମିଳନୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଧା ରଞ୍ଜନ ଦାସ ପୌରାହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟିକା ସବାସିନୀ ଜେନା, ସମ୍ମାନିତ ଅତିଥି ରୂପେ ସାଂସଦ ପ୍ରତିନିଧି ରବୀନ୍ଦ୍ର ଅଣ୍ଡିଆ, ତହସିଲଦାର ସସ୍ମିତା ମୁର୍ମୁ, ସିଡିପିଓ ସୁନିତା ନାୟକ ମଂଚାସୀନ ହୋଇଥିଲେ |ସଭାପତି ବିଡ଼ିଓ ମହୋଦୟ ଦୁଇ ବର୍ଷ ରାଜ୍ୟ ସରକାର ଓ ବାର ବର୍ଷ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ |ବିଧାୟିକା ସୁବାସିନୀ ଜେନା ସମାଜରେ ଶେଷ ଧାଡିରେ ଥିବା ବ୍ୟକ୍ତିଙ୍କ ନିକଟରେ ଆମ ଯୋଜନାର ସଫଳତା ପହଂଚି ପାରିଲେ, ରାସ୍ତା ପ୍ରଶକ୍ତି କରଣ, ଶୀତଳ ଭଣ୍ଡାର, ଓ ଅଡ଼ିଟୋରିୟମ ଭବିଷ୍ୟତରେ ପ୍ରତିଷ୍ଠା କରିବା ଓଡିଶା ସରକାରଙ୍କର ମୁଖ୍ୟ ପ୍ରସଙ୍ଗ ବୋଲି କହିଥିଲେ | ସାଂସଦ ପ୍ରତିନିଧି ରବୀନ୍ଦ୍ର ଅଣ୍ଡିଆ ସରକାରଙ୍କ ବିଭିନ୍ନ ଯୋଜନା ଯଥାକ୍ରମେ ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ର ସରକାରଙ୍କ ଅନ୍ତୋଦୟ ଯୋଜନା, KG ଠାରୁ PG ପର୍ଯ୍ୟନ୍ତ ଗୋଦାବରୀଶ ଶିକ୍ଷା ଯୋଜନାରେ ମାଗଣା ଶିକ୍ଷା ପ୍ରଦାନ ଯୋଜନା, ବୃଦ୍ଧ ପିତା ମାତାଙ୍କ ଭତ୍ତା 1000ରୁ 3000ଟଙ୍କାକୁ ବୃଦ୍ଧି ଯୋଜନା, ଆଦିବାସୀ ପିଲାଙ୍କ ପାଠ ପଢା ହାତ ପାଣ୍ଠି ବର୍ଷକୁ 10,000/ପ୍ରଦାନ ଯୋଜନା, SHG ମହିଳା ମାନଙ୍କ ଋଣର ସୁଧ ଛାଡର ଯୋଜନା, ଆଦି ବକ୍ତବ୍ୟରେ କହିଥିଲେ |ତହସିଲଦାର ସରକାରଙ୍କ SIR ସମ୍ଭନ୍ଧରେ ଓ ସିଡିପିଓ ସରକାରଙ୍କ ଦୁଇ ବର୍ଷର ଯୋଜନାର ସଫଳତା ସମ୍ବନ୍ଧରେ କହିଥିଲେ |ବୈଠକରେ ଆରମ୍ଭରେ ଦେଶ ତଥା ରାଜ୍ୟର ଜାତୀୟ ସଂଗୀତ ଗାନ କରା ଯାଇଥିଲା ସର୍ବଶେଷରେ ବିଭିନ୍ନ ପଂଚାୟତରୁ ଆସିଥିବା ମହିଳା ମାନଙ୍କୁ ଅନ୍ତୋଦୟ ଯୋଜନାରେ ଚାଉଳ ବଣ୍ଟନ, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ଆୟୁଷମାନ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ଗୃହ ଯୋଜନା କାର୍ଡ,ଓ ସହକାରୀ ଅଙ୍ଗନ ବାଡ଼ି କର୍ମୀ ମାନଙ୍କୁ ମୋବାଇଲ ମାଗଣାରେ ବଣ୍ଟନ କରିଥିଲେ |