ଟୋକନ ମିଳିଲା, ଧାନ ବିକ୍ରି ହେଲାନି: ମାନସିକ ଚାପରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ
ନୂଆପଡ଼ା, ୨୩/୦୬ ( ପରମେଶ୍ୱର ମେହେର ) :ଟୋକନ ମିଳିବା ସତ୍ତ୍ୱେ ଧାନ ବିକ୍ରି ହେଲାନି। ମାନସିକ ଚାପ ଅହସ୍ୟ ହେବାରୁ ବିଷ ପିଇ ଜୀବନ ହାରିଛନ୍ତି ଚାଷୀ । ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ଗାଁରୁ ଆସିଛି ଚାଷୀ ଆତ୍ମ ହତ୍ୟାର ଏଭଳି ସଙ୍ଗିନ ଅଭିଯୋଗ। ମୃତକ ନେପାଳ ମାଝି (୪୫) ।ଜଡ଼ାମୁ ଣ୍ଡଗୋଲେଇପଡ଼ାର ନେପା ପାଳ ଚଳିତ ରବିଋତୁରେ ୩ ଏକର ଧାନ ଓ ୨ ଏକରରେ ଚିନାବାଦାମ ଚାଷ କରିଥିଲେ। ଧାନବିକ୍ରି ପାଇଁ ଆବେଦନ କରିବା ପରେ ଗତ ମେ’ ୩୦ରେ ଟୋକନ୍ ପାଇଥିଲେ ୩୬.୯୬ କ୍ରିଣ୍ଟାଲ ଧାନ ବିକ୍ରି ପାଇଁ ତାଙ୍କୁ ଅମ୍ଭଅନୁମତି ମିଳିଥିଲା । ତେବେ ଟୋକନ ପାଇବାର ୨୪ ଦିନ ପରେ ବି ଧାନ ବିକ୍ରି କରିପାରି ନ ଥିଲେ। ଫଳରେ ଟ୍ରାକ୍ଟର, ଡ୍ରେସର ମେସିନ ପାଉଣା ଦେବା, ପରିବାର ଚଳାଇବା ଓ ୩ ଛୁଆଙ୍କୁ ପାଠପଢ଼ା ପଢ଼ାକୁ ନେଇ ମାନସିକ ଚାପରେ ଥିଲେ । ଲ । ସୋମବାର ଜଡ଼ାମୁଣ୍ଡା ମଣ୍ଡିର ଚାଷୀମାନେ ଧାନ ବିକ୍ରି ଦାବିରେ ସିଏସଓ ଅଫିସ୍ ସମ୍ମୁଖେ ଧାରଣା ଦେଇଥିଲେ । ଏଥିରେ ନେପାଳ ସାମିଲ ହୋଇଥିଲେ। ଅପରାହ୍ନରେ ଘରକୁ ଫେରିବାରୁ ଟଙ୍କା ପାଇଁ ପରିବାର ଲୋକଙ୍କ ସହ ବାକ୍ବିତଣ୍ଡ ହୋଇଥିଲା। ଧାନବିକ୍ରି ହେଉନି। ଟଙ୍କା କେଉଁଠୁ ଆସିବ। ଟଙ୍କା ଆସିଲେ ସିନା ଧାରଉଧାର ଶୁଝିବି ଓ ପରିବାର ଚଳାଇବି ବୋଲି କହିଥୂଳେ କହିଥିଲେ। କିଛି ସମୟ ପରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।