ଯାତ୍ରୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି ୬ ନମ୍ବର ରାଜ୍ୟ ରାଜପଥ ମୁଖ୍ୟ ରାସ୍ତା
କଳାହାଣ୍ଡି, ୨୩/୦୬ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ରାୟପୁର ରୁ ବିଶାଖାପାଟଣା କୁ ସଂଯୋଗ କରୁ ଥିବା ୬ ନମ୍ବର ରାଜ୍ୟ ରାଜପଥ ଯାତ୍ରୀଙ୍କ ପାଇଁ ମରଣ ଯନ୍ତା ସାଜିଛି । ଭବାନୀପାଟଣା ରୁ ରାୟଗଡା କୁ ଯାଉଥିବା ସମୟରେ କାଉଗୁଡା ଏବଂ ସିକେରକୁପା ଛକ ମଝିରେ ଥିବା ୬ ନମ୍ବର ରାଜ୍ୟ ରାଜ ପଥ ର ବ୍ରିଜ଼ ଉପରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ବ୍ରିଜ଼ ଉପରେ ଆଣ୍ଠୁଏ ପାଣି ଜମି ରହୁ ଥିବା ବେଳେ ବିଭିନ୍ନ ଖାଲ ସବୁ ସୃଷ୍ଟି ହୋଇଛି ଯାହା ଫଳରେ କି ଯାତ୍ରୀ ମାନେ ଯିବା ଆସିବା ସମୟରେ ବିଭିନ୍ନ ସମସ୍ୟା ହଉ ଥିବା ବେଳେ ଦୁର୍ଘଟଣା ର ଶିକାର ମଧ୍ୟ ହଉଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ମୁଖ୍ୟତଃ କେବଳ ବିଶାଖାପାଟଣା ରୁ ରାୟପୁର କୁ ସଂଯୋଗ କରିବା ସହିତ ଭବାନୀପାଟଣା, ରାୟଗଡା, ଲାଞ୍ଜିଗଡ, ବିଶ୍ୱନାଥପୁର, କେସିଙ୍ଗା, ଜୁନାଗଡ଼, ଧର୍ମଗଡ଼, ଥୁଆମୂଳ ରାମପୁର, କେସିଙ୍ଗା, ବଲାଙ୍ଗୀର, ସମ୍ବଲପୁର, ଖରିଆର, ନୂଆପଡା ସହ ବିଭିନ୍ନ ସ୍ଥାନ କୁ ମଧ୍ୟ୍ୟ ସଂଯୋଗ କରୁଥିବା ବେଳେ ଏହି ବ୍ରିଜ଼ ଆଜକୁ ପ୍ରାୟ ୩ ବର୍ଷ ଉପରେ ହବ ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାକୁ ନେଇ ନା ସ୍ଥାନୀୟ ପ୍ରଶାସନ କି ଡବଲ ଇଞ୍ଜିନ ସରକାର କାହାରି ଏହା ଉପରେ ନିଘା ନାହିଁ । ଦେଖାଯାଉ ଆଗାମୀ ଦିନରେ ଆମ ନିୟୁଜ ମାଧ୍ୟମରେ ଯଦି ସରକାର ଙ୍କ ପାଖରେ ଏହା ଦୃଷ୍ଟି ଆକର୍ଷଣ ହୋଇ ପାରିବ ତାହା ହେଲେ ଏହି କାଉଗୁଡା ଓ ସିକେରକୁପା ମଝିରେ ଥିବା ବ୍ରିଜ଼ ର ମରାମତି କାମ ଟି ଅତି ଶୀଘ୍ର ହୋଇ ପାରିବ ବୋଲି ଆମର ଆଶା ଆଉ ବିଶ୍ୱାସ ।
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।