କଳାହାଣ୍ଡି, ୨୪/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଳାହାଣ୍ଡିରେ ଦିନିକିଆ ଗସ୍ତ କରିଛନ୍ତି ଏହି ଅବସରରେ ଭୂମିହୀନ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଜିଲ୍ଳା ର ୫୦ ଟି ସ୍କୁଲର ଜମି ପଟ୍ଟା ମଧ୍ୟ ବଣ୍ଟନ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ଯ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ୨ କୋଟି ରୁ ଅଧିକ ଲୋକ ଙ୍କୁ ରାଜସ୍ଵ ସେବା ଯୋଗାଇ ଦେବା ସହିତ ରାଜସ୍ଵ ସେବା କୁ ଆହୁରି ସରଳ ଓ କ୍ୟାସଲେସ ଅନଲାଇନ ସେବା ଯୋଗାଇ ଦେବା ନିମନ୍ତେ ସୁଚନା ଦେଇଥିଲେ। ଜିଲ୍ଲାର ବହୁ ଦିନରୁ ଜଙ୍ଗଲ ଜମି ପଟ୍ଟା ପାଇଥିବା ବ୍ୟକ୍ତି ତଥା ଭୂମି ହୀନ ଜମି ପାଇ ଥିବା ହିତାଧିକାରୀ ଙ୍କୁ ଜାଗା ଚିହ୍ନଟ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ସମସ୍ତ ଯୋଗ୍ୟ ପରିବାରଙ୍କୁ ଭୂମି ଅଧିକାର ଯୋଗାଇବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଥିଲେ।ଏହା ସହିତ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ସମୀକ୍ଷା କରିଛନ୍ତି। ପରେ ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ସହ ବୈଠକ କରି ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜମି ସମ୍ବନ୍ଧୀୟ ଅଭିଯୋଗର ଶୀଘ୍ର ସମାଧାନ ଓ ଲୋକଙ୍କୁ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

