ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ଛୁଟି ପରେ ଆଜି ଠାରୁ ସ୍କୁଲ ଖୋଲିଛି, ସ୍କୁଲ ଗୁଡିକୁ ଅଧିକାରୀମାନେ ପରିଦର୍ଶନ କରି ସ୍ୱଚ୍ଛତା ଉପରେ ଗୁରୁତ୍ୱ.
ମାଲକାନଗିରି, ୧୮/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ଛୁଟି ପରେ ଆଜି ଠାରୁ ସ୍କୁଲ ଖୋଲିଛି, ସ୍କୁଲ ଗୁଡିକୁ ଅଧିକାରୀମାନେ ପରିଦର୍ଶନ କରି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀଷ୍ମ ଛୁଟି ପରେ ଆଜି ଠାରୁ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପୁଣି ଖୋଲିଛି। ଏପ୍ରିଲ୍ ୨୭ରୁ ଅସହ୍ୟ ତାତି ଯୋଗୁଁ ସ୍କୁଲ ବନ୍ଦ ଥିଲା। ମୌସୁମୀ ଆସିବା ଓ ତାପମାତ୍ରା କମିବାରୁ ସରକାର ଜୁନ୍ ୧୮ରେ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ। ସ୍କୁଲ ଖୋଲିବାର ପ୍ରଥମ ଦିନରେ ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଆଦେଶ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ ରଞ୍ଜନ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀମାନେ ବିଭିନ୍ନ ବ୍ଲକର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ, ପାଠ୍ୟପୁସ୍ତକ ବଣ୍ଟନ ଓ ଶିକ୍ଷକ ଉପସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲା ପ୍ରଶାସନର ନିର୍ଦେଶରେ ଛୁଟି ସମୟରେ ସମସ୍ତ ସ୍କୁଲରେ ବ୍ୟାପକ ସଫେଇ ଅଭିଯାନ କରାଯାଇଥିଲା ଯଥା ଶ୍ରେଣୀଗୃହ, ବେଞ୍ଚ-ଡେସ୍କ ଓ ଶୌଚାଳୟ ଧୁଆ, ପାନୀୟ ଜଳ ଟାଙ୍କି ଖାଲି କରି ବିଶୋଧନ, ସ୍କୁଲ ପରିସରରୁ ଅନାବନା ଘାସ, ପଲିଥିନ୍ ସଫା ଓ ସ୍ଵଛତା ଉପରେ ଗୁରୁତ୍ୱ ଦେବା ସହ ମଧ୍ୟାହ୍ନ ଭୋଜନ ଘର ଓ ବାସନକୁସନ ସମ୍ପୂର୍ଣ୍ଣ ସଫା କରିବା ପ୍ରତି ଦୃଷ୍ଟି ଦେଇଛନ୍ତି.
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।