ଅନ୍ତର୍ଜାତୀୟ ଯୋଗ ଦିବସରେ କଟକ ଇଣ୍ଡୋର ଷ୍ଟାଡିୟମରେ ଭବ୍ୟ ଯୋଗ ମହୋତ୍ସବ
କଟକ, ୨୧/୦୬ ( କାହୁଁ ଚରଣ ସ୍ୱାଇଁ ) : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଟକ ଜିଲ୍ଲା ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ପତାଞ୍ଜଳି ଯୋଗପୀଠର ତତ୍ତ୍ୱାବଧାନରେ ଆୟୋଜିତ ଯୋଗ ମହୋତ୍ସବରେ ବିଜେପି ରାଜ୍ୟ ସଭାପତି ଶ୍ରୀ Manmohan Samal ଜିଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ଶ୍ରୀ Sukanta Biswal ଭାଇ ଯୋଗଦାନ କରିବାର ସୌଭାଗ୍ୟ ଲାଭ କଲେ। ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଭାରତର ପ୍ରାଚୀନ ଋଷି ପରମ୍ପରାର ଏକ ଅମୂଲ୍ୟ ଦାନ, ଯାହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରି ସୁସ୍ଥ ଏବଂ ସନ୍ତୁଳିତ ଜୀବନଯାପନ ପାଇଁ ପ୍ରେରଣା ଦେଇଥାଏ। ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଯୋଗ ଆମକୁ ଶାରୀରିକ ସୁସ୍ଥତା ସହିତ ମାନସିକ ଶାନ୍ତି ଓ ଆତ୍ମବିଶ୍ୱାସ ପ୍ରଦାନ କରିଥାଏ। ଏହି ଅବସରରେ ଉପସ୍ଥିତ ସମସ୍ତ ଯୋଗ ସାଧକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ଯୋଗାଭ୍ୟାସ କରିବା ସହିତ ନିୟମିତ ଭାବେ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଇଲେ।