Hot Posts

6/recent/ticker-posts

ବିଶ୍ଵ ଯୋଗ ଦିବସ ପାଳନ

ବୀମହାରାଜପୁର, ୨୧/୦୬ ( ଜଗଦିଶ ମେହେର ) : ଜୀବନ ରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ ଯୋଗ ର ପ୍ରମୁଖ ଭୂମିକା ରହିଛି । ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍ ମାସ ୨୧ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ।ଏହି ଅବସରରେ ସ୍ଥାନୀୟ ମିନିଷ୍ଟଦିଅମ୍ ଠାରେ ଏକ ଯୋଗ ଶିବିର ର ଆୟୋଜନ କରାଯାଇଥିଲା । ଗୋଷ୍ଠି ଉନ୍ନୟନ ଅଧିକରୀ ଶ୍ରୀଯୁକ୍ତ ରାଜୀବ କୁମାର ହଁସଦା ଙ୍କ ସଭାପତିତ୍ୱ ଅନୁଷ୍ଟିତ ସଭାରେ ଯୋଗଗୁରୁ ଡ: ଦ୍ୱିତିକୃଷ୍ଣ ପଣ୍ଡା, ଜିଲ୍ଳା ବିଜେପି ସଭାପତି ବେଣୁଧର ଦାସ, ରାଜେଶ କୁମାର ପାଣିଗ୍ରାହି ପ୍ରମୁଖ ଶିବିର ରେ ଯୋଗଦାନ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ।ସଭା ପରିଚାଳନା କରିଥିଲେ ସାମ୍ବାଦିକ ଯୁଗଳକିଶୋର ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଏବିଡିଓ ପୁରୁଷୋତ୍ତମ ଧରୁଆ ।