Hot Posts

6/recent/ticker-posts

ଝରିଗାଁରେ ବିଜେପିର ମିଶ୍ରଣ ପର୍ବ: ବିଜେଡି ଓ କଂଗ୍ରେସର ୩୦ରୁ ଅଧିକ କର୍ମୀ ବିଜେପିରେ ସାମିଲ

ଝରିଗାଁ, ୨୬/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲାର ଝରିଗାଁଠାରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଦଳ ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ, ପ୍ରଫୁଲ ପ୍ରଧାନୀଙ୍କ ନେତୃତ୍ୱରେ ବିଜେଡି ଓ କଂଗ୍ରେସର ୩୦ରୁ ଅଧିକ କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ନରସିଂହ ଭତରା, ଶଙ୍କର ସାହୁ, ବରିଷ୍ଠ ବିଜେପି ନେତା ଚୈତନ୍ୟ ନନ୍ଦିଆ, ପ୍ରଭାତ ରଥ, ଯୁବ ମୋର୍ଚ୍ଚା ସଭାପତି ରଞ୍ଜିତ ବେହେରା, ବିଶ୍ୱଜିତ ନାୟକ, ପପୁ ନାୟକ, ସୁଦାମ ତିୱାରୀ, ରଥ ଗୌଡ଼, ଦୀପକ ରାଓ, ଅଭିଷେକ ପ୍ରମୁଖ ଉପସ୍ଥିତ ରହି ନବ ଯୋଗଦାନକାରୀ ମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ନେତାମାନେ କହିଥିଲେ ଯେ, ଏହି ଯୋଗଦାନ ଫଳରେ ଝରିଗାଁ ଅଞ୍ଚଳରେ ବିଜେପିର ସଂଗଠନ ଆହୁରି ସୁଦୃଢ଼ ହେବ ଏବଂ ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇବ। ସେମାନେ ନବଯୋଗଦାନକାରୀଙ୍କୁ ଦଳର ନୀତି ଓ ଆଦର୍ଶକୁ ଆଗକୁ ନେଇ ସାଧାରଣ ଲୋକଙ୍କ ସେବାରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।