Hot Posts

6/recent/ticker-posts

ବେଆଇନ କ୍ରସର ଓ ପଥର ଖଣି ସ୍ଥଗିତ: ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ

କର୍ଲାମୁଣ୍ଡା, ୪/୬ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅବୁଜବାହାଲ ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ କ୍ରସର ଏବଂ ପଥର ଖଣି (କୁଆରୀ-୨) ଉପରେ ଶେଷରେ ପ୍ରଶାସନର ଚାବୁକ ବାଜିଛି । କ୍ରସରର କୌଣସି ବୈଧ କାଗଜପତ୍ର ନଥିବାରୁ ଭବାନୀପାଟଣାର ଉପଖଣି ନିର୍ଦେଶକ (I/C) ଏହାକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହି ବେଆଇନ କାରବାରକୁ ବନ୍ଦ କରିବା ଦିଗରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ସେଠଙ୍କ ପ୍ରୟାସ ଅତୁଳନୀୟ ଥିଲା । ତାଙ୍କର ଦୃଢ଼ ହସ୍ତକ୍ଷେପ ଯୋଗୁଁ ହିଁ ଆଜି ପ୍ରଶାସନ ଏହି ପଦକ୍ଷେପ ନେଇଛି । ଏହା ସହିତ କ୍ରସର ଦ୍ୱାରା ହେଉଥିବା ପ୍ରଦୂଷଣ ଓ ବଡ଼ ଧରଣର ବ୍ଲାଷ୍ଟିଙ୍ଗ୍ ସମସ୍ୟାକୁ ସରକାରଙ୍କ ଦୃଷ୍ଟିଗୋଚର କରିବାରେ ନିବେଶ ପାଣିଗ୍ରାହୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା, ଯାହା ପାଇଁ ଗ୍ରାମବାସୀ ତାଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଜଣାଇଛନ୍ତି । ବେଆଇନ କ୍ରସର ବନ୍ଦ କରି ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସାଂସଦ ଶ୍ରୀ ସୁଜିତ କୁମାର ସେଠ ଯେଉଁ ପ୍ରୟାସ କରିଛନ୍ତି, ସେଥିପାଇଁ ସମଗ୍ର ଅବୁଜବାହାଲ ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ଆନ୍ତରିକତାର ସହିତ ସାଧୁବାଦ ଜଣାଇବା ସହ ଏହି ଗମ୍ଭୀର ସମସ୍ୟାକୁ ସରକାରଙ୍କ ପାଖକୁ ସଫଳତାର ସହ ପହଞ୍ଚାଇଥିବାରୁ ମୋର ସମିୟା ସମ୍ପାଦକ ନିବେଶ ପାଣିଗ୍ରାହୀଙ୍କୁ ମଧ୍ୟ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି ।