Hot Posts

6/recent/ticker-posts

ଗରିବ ପରିବାର ର ଝିଅ ସଙ୍ଗୀତା ସେଠି ଓ.ସି.ଏସ ରେ 113 ତମ ସ୍ଥାନ ହାସଲ କଲେ

କଳାହାଣ୍ଡି, ୦୪/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ମହିଳା ସଙ୍ଗୀତା ସେଠି ଏକ ଗରିବ ପରିବାର ରେ ରହୁଥିବା ବେଳେ ସ୍ୱାମୀ ବଂଶୀଧର ପଧାନ ଏକ କାଠ ମିସ୍ତିରୀ ତା ସାଙ୍ଗକୁ ଏକ ଝିଅ 10 ବର୍ଷ ହୋଇଥିବା ବେଳେ ପୁଅ ଟିର ବୟସ ମାତ୍ର 5 ବର୍ଷ। ହେଲେ ସଙ୍ଗୀତା ଙ୍କ ମନରେ ଥିଲା ଅନେକ ଆକାଂକ୍ଷା ନିଜ ପରିବାର ଏବଂ ଦେଶ ସେବା ପାଇଁ ମନୋବଳ ଅନେକ ଥିଲା। ନିଜେ ଜଣେ ଗୃହିଣୀ ହେବା ସାଙ୍ଗକୁ ଦୁଇ ସନ୍ତାନ ର ପାଳନ ପୋଷଣ କରି ମଧ୍ୟ ଦିନକୁ ପ୍ରାୟ ଆଠ ଘଣ୍ଟା ପାଠପଢା। କେବଳ ଗୋଟିଏ ସ୍ୱପ୍ନ ଯେ ଦେଶ ପାଇଁ କିଛି କରିବା ଜନ କଲ୍ୟାଣ ରେ ଭାଗିଦାରୀ ଲୋକଙ୍କ ସେବା କରିବା ହେବା। ଦୁଇଥର ଓ. ସି.ଏସ ରେ ବିଫଳ ହୋଇଥିଲେ ସଙ୍ଗୀତା ଏପଟେ ଗରିବ ଶ୍ରେଣୀ ରେ ରହିଥିବାରୁ ଆଗକୁ ପାଠ ପଢିବାକୁ ମନବଳ ଭାଙ୍ଗିପଡୁଥିଲା। କିନ୍ତୁ ନିଜକୁ ଅନେକ ବିଡମ୍ବନା ଏବଂ କଷ୍ଟ ର ସମ୍ମୁଖୀନ ହେବା ସତ୍ୱେ ମଧ୍ୟ ହାର ମାନିଲେ ନାହିଁ ସଙ୍ଗୀତା ଶେଷରେ 2024 ଓ.ସି. ଏସ ରେ ସମଗ୍ର ଓଡ଼ିଶାରେ 113 ତମ ସ୍ଥାନ ଅଧିକାର କରି ଶେଷରେ ଗରିବୀ କୁ ଏଡାଇଦେଇ ନିଜ ଭାଗ୍ୟ ପରିବର୍ତନ କରିଛନ୍ତି ସଙ୍ଗୀତା ସେଠି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ