ଆଞ୍ଚଳିକ ବିକାଶ ମଞ୍ଚ ର ପାଞ୍ଚ ଦଫା ସମ୍ବଳିତ ଦାବି ପ୍ରଦାନ ,ଆଞ୍ଚଳିକ ଯୁବକମାନଙ୍କୁ ନିଯୁକ୍ତି କ୍ଷେତ୍ର ରେ ପ୍ରାଥମିକତା।
ବୋଲଗଡ଼, ୧୨/୦୬ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ ଅନ୍ତର୍ଗତ ଗେଡିଆପଲ୍ଲୀ ରାଜସ୍ଵ ନୀରିକ୍ଷକଙ୍କ କାର୍ଯୟାଳୟ ପରିସରରେ ମେସର୍ସ ଶ୍ରୀ ବଜରଙ୍ଗ ପାୱାର ଏବଂ ମେଟାଲିକ୍ ଲିମିଟେଡ଼ ପକ୍ଷରୁ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳରେ ପ୍ରଚାର ପ୍ରସାର ନକରି ହାତଗଣତି ଦୁଇଟି ସମ୍ବାଦ ପତ୍ର ରେ ବିଜ୍ଞାପନ ଦେଇ କାମ ସାରିଦେଲେ କମ୍ପାନୀ କର୍ତ୍ତ୍ତୃପକ୍ଷ। ସର୍ବସାଧାରଣ ଜନଶୁଣାଣୀ ପାଲଟିଲା ପ୍ରହସନ। କମ୍ପାନୀର କିଛି ଦଲାଲ ବିଭିନ୍ନ ପ୍ରଲୋଭନ ଦେଖେଇ ଆଣିଲେ ଶୁଣାଣି ସ୍ଥଳ କୁ ଲୋକ ମାନଙ୍କୁ, ସୁଚନା ଅନୁଯାୟୀ ବୋଲଗଡ଼ ତହସିଲ ଅନ୍ତର୍ଗତ ସାହାସପୁର ଗ୍ରାମଠାରେ ୪୦,୦୦୦ ଟିପିଏ ଟାଇଟାନିୟମ ଡାଇଅକ୍ସାଇଡ୍ ପିଗ୍ମେଣ୍ଟ ପ୍ଲାଣ୍ଟ ସହିତ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ (୧,୨୦,୦୦୦ ଟି ପି ଏ), ପ୍ରଡ୍ୟୁସର ଗ୍ୟାସ ପ୍ଲାଣ୍ଟ (୧୬,୦୦୦ ଏନ. ଏମ/ଘଣ୍ଟା), ବ୍ରିକ୍ସ ପ୍ଲାଣ୍ଟ (୪୦,୦୦୦ ବ୍ରିକ୍ସ୍/ଦିନ) ଏବଂ କୋ - ଜେନେରେସନ ପାୱାର ପ୍ଲାଣ୍ଟ (୧୨,୭୫ ମେଗାୱାଟ୍) ସ୍ଥାପନ ପାଇଁ ଉପଜିଲ୍ଲାପାଳ, ଖୋରଧା, ତହସିଲଦାର, ବୋଲଗଡ଼ ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଙ୍କୁ ନେଇ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ନିମନ୍ତେ ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମ ପାଲଟିଥିଲା ପ୍ରହସନ। ଲୋକଙ୍କର କମ୍ପାନୀକୁ ବିରୋଧ ହେତୁ କମ୍ପାନୀ ତରଫରୁ ବିଭିନ୍ନ ଗ୍ରାମର କୁଜି ନେତା ଓ ଦଲାଲଙ୍କୁ ମୋଟାଅଙ୍କର ଟଙ୍କା ଦେଇ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଓ ମିଛ କହି କମ୍ପାନୀ ଗାଡ଼ିରେ ସଭା ସ୍ଥଳକୁ ଅଣାଯାଇଥିଲା। ଏମିତିକି ଲୋକମାନଙ୍କର ବ୍ୟକ୍ତିଗତ କାମ ଯଥା ଘରବାଡ଼ି ପଟ୍ଟା, ଭତ୍ତା, ରାସନ କାର୍ଡ ଆଦି ପାଇଁ ଅଭିଯୋଗ କରାଯିବ ବୋଲି ବିଭିନ୍ନ ଲୋକଙ୍କୁ କୁହାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ କେବଳ କମ୍ପାନୀର ଦଲାଲ ମାନଙ୍କ ଛାଡ଼ି ଅନ୍ୟ ମାନଙ୍କୁ ନିଜସ୍ଵ ମତ ପ୍ରକାଶ କରିବାକୁ ସୁଯୋଗ ନମିଳିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା। ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ପାଞ୍ଚ ଦଫା ଦାବି ସମ୍ବଳିତ ଯଥା, ଅଞ୍ଚଳର ଯୁବକମାନଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି, ଅଞ୍ଚଳର ବ୍ୟବସାୟ ପ୍ରତିଷ୍ଠାନ ତଥା ପରିବହନ କ୍ଷେତ୍ରରେ ଅଞ୍ଚଳ ବାସୀଙ୍କୁ ପ୍ରାଧାନ୍ୟ, ଅଞ୍ଚଳର ଉନ୍ନତି ପାଇଁ କମ୍ପାନୀ ତରଫରୁ ପ୍ରତି ଗ୍ରାମରେ ଗ୍ରାମ୍ୟ କମିଟି ଗଠନ କରାଯାଇ ପ୍ରସ୍ତାବ ଗ୍ରହଣ ଓ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ, ଜନଶୁଣାଣି ପୂର୍ବରୁ କମ୍ପାନୀ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ମନଇଛା ଅଞ୍ଚଳର ବିଭିନ୍ନ ସ୍ଥାନରେ କରିଥିବା ଜନବିରୋଧୀ କାର୍ଯ୍ୟ ଏବଂ ମିଛ ପ୍ରତିଶ୍ରୁତି ଦେଇ ଜନଶୁଣାଣୀକୁ ନିଜ ସପକ୍ଷ ରେ ଆଣିବା ପାଇଁ କରିଥିବା କାର୍ଯ୍ୟ ଯଥା ଗ୍ରୀଷ୍ମ ଦିନରେ ହୁଡ଼ାହାଣି ପୋଖରି ସୁଖେଇବା, ରାସ୍ତା,ମନ୍ଦିର ଆଦି କରିବା ପାଇଁ ୪ମାସଧରି ଗାଁ ଦାଣ୍ଡକୁ ଖୋଳି ଜନସାଧାରଣଙ୍କୁ ପ୍ରଲୋଭନ ବୁମେରାଂ ହୋଇଛି ଏହାର ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବା, କମ୍ପାନୀ କିଛି ଅସାମାଜିକ ଯୁବକଙ୍କୁ ନେଇ ଅଞ୍ଚଳରେ ଭୟ ସୃଷ୍ଟି କରିବା ଆଦିକୁ ବନ୍ଦ କରିବା ପାଇଁ ଉପଜିଲ୍ଲାପାଳଙ୍କ ମଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା, ଯଦି ଏହି ଦାବିଗୁଡିକ ବିଚାରକୁ ନିଆଯାଇ ଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆନଯାଏ ତାହେଲେ ଆଗାମୀ ଦିନରେ ଅଂଚଳ ବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ବିକାଶ ମଞ୍ଚ ର ଆବାହକ ବିରଞ୍ଚି ନାରାୟଣ ସାମଲ ସୂଚନା ଦେଇଛନ୍ତି ।