କୋଇକୋଣ୍ଡା ହସ୍ପିଟାଲକୁ ସ୍ଥାନାନ୍ତର ଦାବି, ୬୦ କି.ମି. ଅଞ୍ଚଳର ଲୋକେ ପାଇପାରିବେ ଜରୁରୀ ସେବା
ମାଲକାନଗିରି, ୨୭/୦୬ ( ଶ୍ରୀ ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍ ହେଉଥିବା ଦେଖିବାକୁ ମିଳୁଛି। ସୀମାନ୍ତ ଅଞ୍ଚଳର ଅଧିକାଂଶ ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ମୋଟୁ ହସ୍ପିଟାଲକୁ ଆସୁଥିବା ବେଳେ, ଗୁରୁତର ଚିକିତ୍ସା ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ହସ୍ପିଟାଲ ଉପରେ ଅଧିକ ନିର୍ଭର କରୁଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରୋଗୀମାନେ ଚିକିତ୍ସା ପାଇଁ ପ୍ରାୟତଃ ଚିନ୍ତୁର, କୋଣ୍ଟା, ଭଦ୍ରାଚଳମ, ଖମ୍ମମ ଓ ହାଇଦ୍ରାବାଦକୁ ଯାଉଛନ୍ତି। ଏହି କାରଣରୁ ମୋଟୁରେ ଥିବା ସରକାରୀ ଆମ୍ବୁଲାନ୍ସକୁ ଖୁବ୍ କମ୍ କଲ୍ ଆସୁଛି। ଫଳରେ ଆମ୍ବୁଲାନ୍ସଟି ଅଧିକାଂଶ ସମୟ ହସ୍ପିଟାଲ ପରିସରରେ ହିଁ ପଡ଼ି ରହୁଛି।ସ୍ଥାନୀୟ ଅଞ୍ଚଳବାସୀଙ୍କ ମତରେ, ଦୀର୍ଘ ସମୟ ଧରି ଗାଡ଼ିର ବ୍ୟବହାର କମ୍ ହେଲେ ଯାନ୍ତ୍ରିକ ତ୍ରୁଟି ସୃଷ୍ଟି ହେବା ସହ ସରକାରୀ ସମ୍ପତ୍ତିର ମଧ୍ୟ ସଠିକ୍ ବ୍ୟବହାର ହେଉନାହିଁ।ଏପରି ପରିସ୍ଥିତିରେ ମୋଟୁରେ ଥିବା ଆମ୍ବୁଲାନ୍ସକୁ କଇକୋଣ୍ଡା ହସ୍ପିଟାଲରେ ମୁତୟନ କରାଗଲେ ଏହା ଏକ ପଟେ ମୋଟୁ ଏବଂ ଅନ୍ୟ ପଟେ ପ୍ରାୟ ୩୦ କିଲୋମିଟର ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍ ଅଂଚଳକୁ ଜରୁରୀ ସ୍ୱାସ୍ଥ୍ୟସେବା ପହଞ୍ଚାଇପାରିବ। ଏହାଦ୍ୱାରା ପ୍ରାୟ ୬୦ କିଲୋମିଟର ଅଞ୍ଚଳର ଲୋକେ ଆମ୍ବୁଲାନ୍ସ ସେବାର ସୁବିଧା ପାଇବା ସହ ଗୁରୁତର ରୋଗୀଙ୍କୁ ଶୀଘ୍ର ହସ୍ପିଟାଲକୁ ନେବା ସମ୍ଭବ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୀମାନ୍ତ ଅଞ୍ଚଳର ବାସ୍ତବ ଆବଶ୍ୟକତାକୁ ବିଚାର କରି ଆମ୍ବୁଲାନ୍ସର ଅବସ୍ଥାପନକୁ ପୁନଃ ସମୀକ୍ଷା କରିବା ସହ କଇକୋଣ୍ଡାରେ ମୁତୟନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏହା ଦ୍ୱାରା ସରକାରୀ ଆମ୍ବୁଲାନ୍ସର ସଦୁପଯୋଗ ହେବା ସହ ସୀମାନ୍ତ ଅଞ୍ଚଳର ହଜାର ହଜାର ଲୋକ ଉପକୃତ ହୋଇପାରିବେ।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।