Hot Posts

6/recent/ticker-posts

ପଞ୍ଚାୟତସ୍ତରୀୟ ବିକାଶଧାରା କାର୍ଯ୍ୟକ୍ରମ

ଲଇକେରା, ୨୩/୦୬ ( ନବଦୂତ ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କିର୍ମିରା ବ୍ଲକ ର କିର୍ମିରା ଓ ଭୀମଯୋର ପଞ୍ଚାୟତ ସ୍ତରୀୟ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିର୍ମିରା ପଞ୍ଚାୟତ ରେ ପିଇଓ ଜଗବନ୍ଧୁ ଧୁରୁଆଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ବାବୁଲାଲ କିସାନ, ସରପଞ୍ଚ ସନ୍ତୋଷିନୀ ପଟେଲ, କିର୍ମିରା ବିଜେପି ମଣ୍ଡଳ ସଭାପତି ଉର୍ଦ୍ଧବ ସିଂହ ନାଏକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଭୀମଯୋର ପଞ୍ଚାୟତରେ ବିଜେପି ମଣ୍ଡଳ ସମ୍ପାଦକ ଝସକେତନ ପ୍ରଧାନ, ଯୁବନେତା ଜାମିନୀକାନ୍ତ ନାଏକ, ସରପଞ୍ଚ ମନ ବାଗ ଯୋଗଦେଇ ଗତ ଦୁଇ ବର୍ଷରେ ସ୍ୱାସ୍ଥ୍ଯ, ଶିକ୍ଷା, କୃଷି, ମହିଳା ସଶକ୍ତିକରଣ,  ଭିତ୍ତିଭୂମି ବିକାଶ, ମୈାଳିକ ସାମାଜିକ ସୁବିଧା ସହ ଗ୍ରାମୀଣ ପରିବର୍ତ୍ତନ ଓ ସୁଶାସନ ଜନ କଲ୍ୟାଣ ବିକାଶ କ୍ଷେତ୍ରରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଅଧିକାରୀ ସରକାରଙ୍କ ଯୋଜନା ବିଷୟରେ ମତବ୍ୟକ୍ତ କରିଥିଲେ । ଯୋଗାଣ ସହାୟକ ଯତିନ ପଶାୟତ, ସୁଶାନ୍ତ ପିଙ୍ଗ, ଏଡିଇଓ ରାଜେଶ କୁମାର ସାହୁ, ଶ୍ରୀକାନ୍ତ ବାରିକ, ଏମବିକେ ରାଜେଶ୍ୱରୀ ପଟେଲ, ସୁଭାଶିନୀ କର୍ତ୍ତା ସହଯୋଗ କରିଥିବାବେଳେ ମହିଳା ସଂଘ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ , ସିଆରପି, ପ୍ରାଣୀ ମିତ୍ର, କୃଷି ମିତ୍ରଙ୍କ ସହିତ ଜନସାଧାରଣ ଉପସ୍ଥିତ ଥିଲେ