Hot Posts

6/recent/ticker-posts

ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା

ନୂଆପଡ଼ା, ୨୩/୦୬ ( ପରମେଶ୍ୱର ମେହେର ) : ଜିଲ୍ଲା ମୁଖ୍ୟାଳୟ ସଭା ଗୃହରେ ଆଜି ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ପ୍ରାଣୀ ଚିକିତ୍ସା ସେବା, ଚାଷୀଙ୍କ ପାଇଁ ଉପଲବ୍ଧ ସୁବିଧା ଏବଂ ବିଭାଗୀୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ, ସମ୍ପ୍ରସାରିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ଏପର୍ଯ୍ୟନ୍ତ ଜିଲ୍ଲାରେ ୬୦ଟି ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଏହି ଶିବିର ମାଧ୍ୟମରେ ୭,୪୮୨ଟି ପ୍ରାଣୀର ଚିକିତ୍ସା କରାଯାଇଥିବା ବେଳେ ୨,୩୩୧ ଜଣ ଚାଷୀ ଉପକୃତ ହୋଇଛନ୍ତି। ବୈଠକ ଅବସରରେ ପ୍ରାଣୀ ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ବ୍ରଏଲର ଚାଷ ପାଇଁ ଖରିଆରର ପ୍ରହଲ୍ଲାଦ ବାଞ୍ଚୋର, ଗୋ ପାଳନ ପାଇଁ କୋମନାର ସୁଶୀଳା ବାଞ୍ଚୋର, ବ୍ରଏଲର ଚାଷ ପାଇଁ ଖୀରଦାସ ସତନାମୀ, ବୋଡ଼େନର ଅସମତି ଛତ୍ରିଆ (ଗୋ ପାଳନ) ଏବଂ ସିନାପାଲିର ଗୋଲାପୀ ସାଙ୍କୁ ସମ୍ମାନିତ କରାଯାଇଥିଲା। ବୈଠକରେ ସମସ୍ତ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଏବଂ ପ୍ରାଣୀ ପାଳକମାନେ ଉପସ୍ଥିତ ଥିଲେ।