Hot Posts

6/recent/ticker-posts

ମନରେଗା କାମରେ ଶିଶୁ ଶ୍ରମିକ ନିୟୋଜନ ଅଭିଯୋଗ: ବିନା ସୂଚନା ଫଳକରେ ଚାଲିଛି ପୋଖରୀ ଖନନ କାର୍ଯ୍ୟ, ଦୁର୍ନୀତିର ଗନ୍ଧ

କୋକସରା, ୦୪/୦୬ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଜିଲ୍ଲା । କୋକସରା ବ୍ଲକ ବରାଡ଼ଙ୍ଗା ଗ୍ରାମ ପଞ୍ଚାୟତର କର୍ଲlପଡା ପୋଖରୀ ମାଟି ଖୁନ୍ତି ମନରେଗା ଯୋଜନାରେ ଶିଶୁ ଶ୍ରମିକଙ୍କୁ ଦେଖୁବାକୁ ମିଳିଥିଲା । ଗରିବ ନିରୀହ ଆଦିବାସୀ ନାବାଳିକା ଝିଅମାନଙ୍କୁ କାମରେ ନିୟୋଜିତ କରିବାକୁ ବାରଣ କରାଯାଇଥିବା ବେଳେ ଏଥିପାଇଁ ବହୁତ କଟକଣା ରହିଛି। କର୍ଲାପଡା ପୋଖରୀ ମାଟି ଖୁନ୍ତି କାମରେ କୋମଳମତି ନାବାଳିକାମାନେ ନିୟୋଜିତ ଥିବାର ଦେଖ୍ ବାକୁ ମିଳିଥିଲା । ଆହୁରି ମଧ୍ୟ ବିନା ସୂଚନା ଫଳକରେ କାମ ଚାଲିଥିବା ବେଳେ ପଞ୍ଚାୟତର କିଛି ଅସାଧୁ ଅଧିକାରୀ ଏଥିରେ ଲିପ୍ତ ଥ‌ିବା ସୂଚନା ମିଳିଛି । ବିଭିନ୍ନ ସମୟରେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି ଲକ୍ଷ ଲକ୍ଷ ଟଙ୍କା ଘୋଟାଲା ହେଇଥିବାର ମଧ୍ୟ ଅଭିଯୋଗ ହେଉଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ ଯିଏ ପରିଶ୍ରମ କରି କାମ କରୁଛି ତା ଏକାଉଣ୍ଟ ରେ ପଇସା ପଡୁନି ଯିଏ ଘରେ ବସିଛି ତାଙ୍କ ଏକାଉଣ୍ଟ ରେ ପଇସା ପଡୁଛି ବୋଲି ହିତାଧିକାର ସୂଚନା ଦେଇଛନ୍ତି. ଅନ୍ୟପଟେ ଦେଖିବାକୁ ଗଲେ ଠିକାଦାର ଗ୍ରାଉଣ୍ଡ ଜ଼ିରୋ କୁ ନ ଆସି ଘରେ ବସିକି (nms) କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ହିତାଧିକାରୀ. ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି କାମ. ଏ ନେଇ ଆମେ ଧର୍ମଗଡ ଉପଜିଲ୍ଲାପାଳଙ୍କଠାରେ ପହଂଚି ଥିଲୁ ହେଲେ ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଲେ ଲିଖିତ ଆକାରରେ ଦିୟନ୍ତୁ ବୋଲି କହିଲେ.