କଟକ ରେ ନିଆଁ ର କରାଳ ରୂପ ଜଳିଗଲା ବ୍ୟାଙ୍କ୍ ଓ ମାଛ ଗୋଦାମ
କଟକ, ୦୧/୦୬ ( ଦେବୀ ଦତ୍ତ ଶିବପ୍ରସାଦ ) : କଟକ ର ପ୍ରେସ ଛକ ଠାରେ ଥିବା ମାଛ ଗୋଦାମ ଭୟଙ୍କର ଅଗ୍ନିକାଣ୍ଡ ରେ ଭସ୍ମୀଭୂତ ହୋଇଯାଇଛି। ସୂଚନା ଅନୁସାରେ ନିକଟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ଭିତରେ ଶଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ଥାନୀୟ ଲୋକ ଙ୍କ ପାଖରୁ ଶୁଣିବାକୁ ମିଳୁଛି। ଆଉ ମଧ୍ୟ ଶୁଣିବାକୁ ମିଳୁଛି ଯେ କାଲି ରବିବାର ଥିବାରୁ ବ୍ୟାଙ୍କ୍ ରେ ପାଖାପାଖି ରାତି ଦୁଇଟା ରୁ ଏହି ଅଗ୍ନିକାଣ୍ଡ ଧୀରେ ଧୀରେ ଅଫିସ ବାହାରକୁ ବ୍ୟାପି ପାଖରେ ଥିବା ଏକ ରଙ୍ଗ ଗୋଦାମ ଓ ପରେ ପରେ ମାଛ ଗୋଦାମ ରେ ଲାଗିଥିଲା। ସକାଳୁ ସକାଳୁ ସ୍ଥାନୀୟ ଲୋକ ଜାଣିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସେତେ ବେଳକୁ ନିଆଁ ର କରାଳ ରୂପ ସବୁ ଜାଳି ପୋଡ଼ି ଧ୍ୱଂସ କରିସାରିଥିଲା। ଖବର ପାଇ ମହାନଗର ନିଗମ ର ମେୟର, କମିଶନ ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତଥାପି ନିଆଁ ର କାରଣ ଅସ୍ପଷ୍ଟ ରହିଛି। କ୍ଷୟକ୍ଷତି ର ଆକଳନ ତଥ୍ଯ ସଂଗ୍ରହ କରାଯାଉଛି। ଏବେ ବି ନିଆଁ ଭିତରେ ଭିତରେ କୁହୁଳୁଚି। ଅଗ୍ନିଶମ ବିଭାଗ ପକ୍ଷରୁ ୧୧ ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରିରହିଛି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ