କିର୍ମିରାରେ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ପାଳିତ
ଲଇକେରା, ୧୬/୦୬ ( ନବଦୂତ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ସମନ୍ୱିତ ଶିଶୁ ବିକାଶ ସେବା ବିଭାଗ ପକ୍ଷରୁ ରଜ ଉତ୍ସବ ଉପଲକ୍ଷେ "ବ୍ଲକସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ପାଳିତ ହୋଇଯାଇଛି ।ବିଭାଗ ଅଧିକାରୀ ସଙ୍ଗିତା ଅଢାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକର ୧୦ ରୁ ୧୯ ବର୍ଷ କିଶୋରୀ ମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ଗୁରୁତ୍ୱ ପୂର୍ଣ୍ଣ ସୋପାନ ଏ ସମୟରେ ଶାରିରୀକ, ମାନସିକ,ସାମାଜିକ ସମସ୍ୟା ସମ୍ପର୍କରେ ସଚେତନ ହେବା ଜରୁରୀ ତେବେ ସେମାନେ ଆଗକୁ ବଢିପାରି ନିଜକୁ ଭଲ ମଣିଷ ଗଢି ପାରିବେ ।ଏହି ଅବସରରେ ବକୃତା, ପୁଚି ଖେଳ, ନୃତ୍ୟ, ଗୀତ ପ୍ରତିଯୋଗୀତା ହୋଇଥିଲା ।ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଲିଲେଶ୍ୱର ସାହୁ, ପିଏମଏମଭି ଅତିରିକ୍ତ ଆଇଟି ସଞ୍ଜୟ କୁମାର ଭୋଇ, ମିଶନଶକ୍ତି ଆଇଟି ଉମାଦତ୍ତ ଦାସ, ଏମଟିଏସ ଶିବଭମ ପଟେଲ, ସୁପରଭାଇଜର ସନ୍ତୋଷିନୀ ମହାପାତ୍ର, ପୁଷ୍ପବତୀ ଭୋଇ ଯୋଗଦେଇ ପୁରଷ୍କାର ଦେବା ସହ କିଶୋରୀମାନଙ୍କ ରକ୍ତହିନତା, ବାଲ୍ୟ ବିବାହ, ସାମାଜିକ ସମସ୍ୟା ଉପରେ ସଚେତନ କରିଥିଲେ ।ବିଭାଗର କର୍ମଚାରୀ ଲକ୍ଷ୍ମୀ ରାନୀ ଜୟପୁରିଆ, ନିବେଦିତା ବାଗ, ଲତିକା ପଟେଲ, ମିରୀ ଭୋଇ, ଆକାନ୍ତ ପଟେଲ, ସନ୍ଦୀପ ପ୍ରଧାନଙ୍କ ସହିତ ସଞ୍ଜୟ ଦାସ ପ୍ରମୁଖ ସହଯୋଗ କରିଥିବାବେଳେ ୟୋଗେଶ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।