ରଜ ବଜାରରେ ରିଲିଜ୍ ହେଲା ‘ଛକିଶୂନ’ ; କଟକ ବୃନ୍ଦାବନ ହଲ୍ରେ ଦେଖିବାକୁ ମିଳିଲା ଅଦିନିଆ ବାଲିଯାତ୍ରା।
କଟକ, ୧୨/୦୬ ( କାହୁଁ ଚରଣ ବାରିକ ) : ରଜ ଅବସରରେ ମୁକ୍ତିଲାଭ କରିଛି ଓଡ଼ିଆ ସିନେମା **‘ଛକିଶୂନ’**। ଫିଲ୍ମର ରିଲିଜ୍କୁ ନେଇ କଟକର ବୃନ୍ଦାବନ ହଲ୍ରେ ଦେଖିବାକୁ ମିଳିଥିଲା ଜବରଦସ୍ତ ଉତ୍ସାହ। ହଲ୍ ପରିସରରେ ଫ୍ୟାନଙ୍କ ଭିଡ଼ ଏବଂ ଉତ୍ସବମୁଖର ପରିବେଶ ସମସ୍ତଙ୍କ ନଜର ଆକର୍ଷଣ କରିଥିଲା।ଅଭିନେତା ଅନୁଭବ ମହାନ୍ତିଙ୍କୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ଅସଂଖ୍ୟ ପ୍ରଶଂସକ କଟକରେ ପହଞ୍ଚିଥିଲେ। ଫ୍ୟାନଙ୍କ ଉତ୍ସାହ ଓ ସମର୍ଥନ ମଧ୍ୟରେ ଫିଲ୍ମର ଶୁଭ ମୁକ୍ତି ହୋଇଥିଲା। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଯାଉଥିବା ବେଳେ, ଏହା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆହୁରି ଆଗକୁ ନେବ ବୋଲି ସିନେପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।