Hot Posts

6/recent/ticker-posts

କୋକସରା ଠାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ

କୋକସରା, ୧୮/୦୬ ( ରିତେଶ କୁମାର ମୁଣ୍ଡ ) : ବିକାଶର ଧାରା ଓ ଓଡ଼ିଶାର ଗୌରବର ଦୁଇ ବର୍ଷ ପୂର୍ତ୍ତିର ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଫିସଠାରେ ଅନୁସୂଚିତ ଜାତି ଓ ଜନଜାତି ସମାଜକୁ ନେଇ ଏକ ଭବ୍ୟ ସମ୍ବାଦ ବୈଠକ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ବହୁ ସଂଖ୍ୟକ ଲୋକ, ସାମାଜିକ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ସଭାରେ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଅଧିକାର ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ। ମୂଖ୍ୟ ଅତିଥି ଭାବେ ବିଡ଼ିଓ ହିମାଞ୍ଚଲ ମାଝୀ ,ସମ୍ମାନୀତ ଅତିଥି ଭାବେ ବିଜେପି ଏସ୍‌.ସି. ମୋର୍ଚ୍ଚା ଜିଲ୍ଲା ଉପସଭାପତି ନିରଞ୍ଜନ ଛତ୍ରିଆ , ମୂଖ୍ୟବକ୍ତା ଭାବେ ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚା ଜିଲ୍ଲା ସଭାପତି ତ୍ରିନାଥ ଶବର ଉପସ୍ଥିତ ରହି ସମାଜର ସାମଗ୍ରିକ ବିକାଶ ଓ ସଶକ୍ତିକରଣ ଉପରେ ନିଜର ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ତ୍ରିନାଥ ଶବର, ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ଗୌରବ, ସମ୍ମାନ, ଅଧିକାର ସୁରକ୍ଷା ଓ ବିକାଶର ଦିଗ ଉପରେ ଆଲୋଚନା କରିଥିଲେ। ମଧ୍ୟ ଉପସ୍ଥିତ ରହି ସଂଗଠନର ସୁଦୃଢ଼ତା, ସମାଜର ଉନ୍ନତି ଓ ସରକାରୀ ଯୋଜନାର ସୁଫଳ ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ସଭାରେ ଜନସାଧାରଣଙ୍କ ସହ ସିଧାସଳଖ ସମ୍ବାଦ କରାଯାଇ ବିଭିନ୍ନ ସମସ୍ୟା, ବିକାଶମୂଳକ ପ୍ରସଙ୍ଗ ଓ ସମାଜର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଶେଷରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ସମ୍ମାନ, ଅଧିକାର ଓ ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନେଇଥିଲେ। ବିଡ଼ିଓ ହିମାଞ୍ଚଲ ମାଝୀ କାର୍ଯକ୍ରମ ପରିଚାଳନା କରିଥିବା ବେଲେ weo ଭବାନୀ ଶଙ୍କର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ