କେସିଙ୍ଗା, ୧୮/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପାଷ୍ଟିକୁଡ଼ି ଚାରିଛକ ନିକଟରେ ଜାତୀୟ ରାଜପଥ-୨୬ (NH-26) ଉପରେ ନିର୍ମାଣ ହେବାକୁ ଥିବା ଓଭରବ୍ରିଜ୍ ଓ ଚାରିଥାକିଆ ରାସ୍ତା ପ୍ରକଳ୍ପ ପାଇଁ ଚାଲିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି। ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ସରକାରୀ ଅଧିକାରୀ ଓ ପୋଲିସ ପ୍ରଶାସନ ପାଷ୍ଟିକୁଡ଼ି ଅଞ୍ଚଳରେ ପହଞ୍ଚିଥିବା ବେଳେ ଗ୍ରାମବାସୀମାନେ ସ୍ଥାନୀୟ ପାଷ୍ଟିକୁଡ଼ି ବାସିନ୍ଦା ଲୋକେ ସମସ୍ତ ଦୋକାନ ଓ ବଜାର ବନ୍ଦ ରଖି ଏକଜୁଟ ହୋଇ ପ୍ରତିବାଦ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷା ଋତୁ ଆସନ୍ନ ଥିବାରୁ ବର୍ତ୍ତମାନ ସମୟରେ ଉଚ୍ଛେଦ କିମ୍ବା ଜମି ଅଧିଗ୍ରହଣ କାର୍ଯ୍ୟ ହେଲେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେବେ। ତେଣୁ ଏହି ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏନେଇ ଗ୍ରାମବାସୀ ସ୍ଥାନୀୟ ବାସିନ୍ଦା ପାଷ୍ଟିକୁଡ଼ି ଲୋକେ ମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ପ୍ରଶାସନ ଓ ସରକାର ଏହି ପ୍ରସଙ୍ଗରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
କଳାହାଣ୍ଡିରୁ ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।


