Hot Posts

6/recent/ticker-posts

କିର୍ମିରା ବ୍ଲକରେ କୃଷକ ସମ୍ୱାଦ

ଲଇକେରା, ୨୪/୦୬ ( ନବଦୂତ ) : ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଓଡିଶାର ବିକାଶ ଧାରା ଅଭିଯାନ ଅନ୍ତର୍ଗତ ବ୍ଲକସ୍ତରୀୟ କୃଷକ ସମ୍ୱାଦ କାର୍ଯ୍ଯକ୍ରମ କିର୍ମିରା ବ୍କକ ସମ୍ମିଳନି କକ୍ଷରେ ଅନୁଷ୍ଠିତ ହୋଇଯାଇଛି ‌। ଏହି ଅବସରରେ ସାଂସଦ ପ୍ରତିନିଧି ବାବୁଲାଲ କିସାନ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ପ୍ରଦିପ କୁମାର ନନ୍ଦ, ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ସୈାମ୍ୟଜିତ ଜେନା, ଜିଲ୍ଲା ଏଡିଭିଓ ଭଗବତୀ ପ୍ରସାଦ ଦାଶ, ଏଏଚ୍ଓ ଲଇକେରା ବ୍ଲକ ପ୍ରମିଳା ମାରାଣ୍ଡି ଯୋଗଦେଇ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ବିଷୟରେ ଆଲୋଚନା କରିବା ସହ କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ବ୍ୟବହାର ଓ ଜୈବିକ ଚାଷ ପ୍ରସାର,କୃଷକ ମାନଙ୍କ ଆୟ ବୃଦ୍ଧି ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଚାଷି ମାନଙ୍କୁ ସଚେତନ କରିବା ସହ ସଫଳ ଚାଷିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।ବ୍ଲକ କୃଷି ଅଧିକାରୀ ସିମା ଚୈାଧୁରୀଙ୍କ ପରିଚାଳନାରେ ଏଟିଏମ ସୁନୀଲ ନାଏକ, ଠଣ ସୁନ୍ଦର ଗନ୍ଧା, ରାକେଶ ଚୋବେ, ନନ୍ଦିତା ପୃଷେଠ, ତପସ୍ୱିନୀ ବାଗ ସହଯୋଗ କରିଥିବାବେଳେ ଏଓ ପ୍ରତାପ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।