ସ୍ୱର୍ଗତ ଅଜିତ ନାୟକଙ୍କ ଦ୍ୱିତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା: ଭାବବିହ୍ୱଳ ପରିବେଶରେ ସ୍ମୃତିଚାରଣ
ଖଜୁରୀପଡ଼ା, ୧୭/୦୬ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସଦର ମହକୁମାସ୍ଥିତ ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ କାର୍ଯ୍ୟାଳୟ ଠାରେ ଆଜି କ୍ଲବର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଜିତ ନାୟକଙ୍କ ଦ୍ୱିତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନାରେ ନିରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ସ୍ୱର୍ଗତ ଅଜିତ ନାୟକଙ୍କ ସାମାଜିକ ଅବଦାନ, ସରଳ ବ୍ୟକ୍ତିତ୍ୱ ଓ କ୍ଲବ ପ୍ରତି ତାଙ୍କର ନିଷ୍ଠାକୁ ସ୍ମରଣ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବର ଉପସଭାପତି ସୁଧାଂଶୁ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ କ୍ଲବ ସଦସ୍ୟ ସୁଶିଲ ବେହେରା,ଅଶୋକ ବେହେରା, ଶୁଭେନ୍ଦୁ ମଲ୍ଲିକ, ପ୍ରଭାତ ବେହେରା, ସାନ୍ତନୁ ପାତ୍ର, ହରିଶ୍ଚନ୍ଦ୍ର ବେହେରା ସମେତ ପରିବାର ପକ୍ଷରୁ ବାପା ଗରୁଡ ନାୟ ଓ ପୁତ୍ର ସମ୍ବିତ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ। ଏହା ସହିତ ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ସଭାରେ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତେ ସ୍ୱର୍ଗତ ଅଜିତ ନାୟକଙ୍କ ଆଦର୍ଶ ଓ ସେବାଭାବକୁ ଅନୁସରଣ କରି ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ସମର୍ପିତ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭା ସମଗ୍ର ଅଞ୍ଚଳରେ ଏକ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା।