Hot Posts

6/recent/ticker-posts

ବାପା ହତ୍ୟାକାରୀ କୁଳାଙ୍ଗାର ପୁଅ ଗିରଫ

ବ୍ରହ୍ମପୁର, ୧୫/୦୬ ( ଜୟକୃଷ୍ଣ ପଟ୍ଟନାୟକ ) : ଗୋଶାଣୀନୁଆଗାଁ ତୋଟା ସାହିରେ ବାପା ଶରତ ମହାନ୍ତିଙ୍କୁ ପୁଅ ବିରଜା ପ୍ରସାଦ ମହାନ୍ତି ଔରଫ ଟୁକୁ କୁ ଗିରଫ କରିଛି ଗୋସାଣୀ ନୂଆଗାଁ ଥାନା ପୋଲିସ l କାଠ ଫାଳିଆ ସହ ରକ୍ତ ଭିଜା କପଡ଼ା ଜବତ କରିଛି ପୋଲିସ l ପୋଲିସ ସୂଚନା ପ୍ରକାରେ ସୁନିତା ମହାନ୍ତି ଙ୍କ ଏକ ଲିଖିତ ଅଭି ଯୋଗରେ ଅଭିଯୁକ୍ତ ବିରଜା ପ୍ରସାଦ ମହାନ୍ତି (୪୬) ଙ୍କୁ ଗୋସାଣିନୂଆଗାଁ ଥାନା ପୋଲିସ ଗିରଫ କରିଛି l ତୋଟା ସାହି ସ୍ଥିତ ନିଜ ଘରେ ତାଙ୍କ ପିତାମାତା ଶରତ ଚନ୍ଦ୍ର ମହାନ୍ତି ଓ ପ୍ରତିମା ମହାନ୍ତିଙ୍କୁ ଆକ୍ରମଣ କରି ଥିଲେ। ଆକ୍ରମଣ ଫଳରେ ଶରତ ଚନ୍ଦ୍ର ମହାନ୍ତି ଗୁରୁତର ଆହତ ହୋଇ ଥିଲେ।ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି l ତାଙ୍କ ପତ୍ନୀ ପ୍ରତିମା ମହାନ୍ତି ମଧ୍ୟ ଗଭୀର ଆଘାତ ପାଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ତଦନ୍ତରୁ ଜଣାପଡିଛି ଯେ ସମ୍ପତ୍ତି ବଣ୍ଟନକୁ ନେଇ ଘରୋଇ ବିବାଦ କାରଣରୁ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୪ ଟି ମାମଲା ରହିଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ l