ବିଶ୍ବ ବରିଷ୍ଠ ହତାଦର ସଚେତନତା ଦିବସ ପାଳନ
ବୀରମହାରାଜପୁର, ୧୫/୦୬ ( ଜଗଦିଶ ମେହେର ) : ବୃଦ୍ଧାବସ୍ଥାରେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅବହେଳା ଏବଂ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୧୫ ତାରିଖରେ ପାଳନ କରାଯାଏ ବିଶ୍ବ ବରିଷ୍ଠ ହତାଦର ସଚେତନତା ଦିବସ । ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନ ୯-୦୦ଘ ସମୟରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ, ବୀରମହାରାଜପୁର ଠାରେ ଏହି ଦିବସ ପାଳନ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ର ସଭାପତି ଦୟାନିଧି ହୋତାଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ମୁଖ୍ୟ ବକ୍ତା ଭାବେ କୃଷ୍ଣଚନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥି ଭାବେ ଗୋପୀନାଥ ମହାକୁର ଯୋଗଦାନ କରି ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ସ୍ବାଗତ କରିଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅନୁଷ୍ଠାନର ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ।ପରେପରେ ରାମାୟଣ ପାରାୟଣ ଓ ପ୍ରବଚନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ବ୍ୟାସ ଗାୟକ ଭାବରେ ସତ୍ୟନାରାୟଣ ଚାନ୍ଦ ପାରାୟଣ କରିଥିବାବେଳେ ହାର୍ମୋନିୟମ୍ରେ ନବୀନ ଦାସ୍,ତବଲାରେ ଯୁଗଳ କିଶୋର ମିଶ୍ର,ପୂଜକ ଭାବରେ ବାସୁଦେବ ରଥ ସହଯୋଗିତା କରିଥିଲେ। ଅନୁଷ୍ଠାନ ର ସଦସ୍ୟ ଜମ୍ବେଶ୍ଵର ପଧାନ, ବାସୁଦେବ ପଣ୍ଡା,ସତ୍ୟ ନାରାୟଣ ନାୟକ, ବଟକୃଷ୍ଣ ପାଢ଼ୀ, ଶ୍ୟାମସୁନ୍ଦର ସେଠୀ ସହଯୋଗ କରିଥିବାବେଳେ ସଦସ୍ୟ ଧୀରେନ୍ଦ୍ର ବାଘ, ନାରାୟଣ ପ୍ରସାଦ ନାୟକ, ଜ୍ଞାନେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ତ୍ରିପାଠୀ, ନିମାଇଁ ଚରଣ ପଣ୍ଡା,ଶିବ ପ୍ରସାଦ ଅଗ୍ରୱାଲ, କୃଷ୍ଣଚନ୍ଦ୍ର ମଲ୍ଲିକ, ଦିଲ୍ଲିପ ତ୍ରିପାଠୀ , ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।