କଳାହାଣ୍ଡି, ୧୫/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ରଜ ସଂକ୍ରାନ୍ତି ଅବସରରେ ଥୁଆମୂଳ ପଞ୍ଚାୟତ ଅଧିନସ୍ଥ ଭଟାଗୁଡା ଗ୍ରାମରେ ରଜ ମଉଜ ଉତ୍ସଵ ବଡ ଧୁମ୍ ଧାମରେ ପାଳିତ ହୋଇ ଯାଇଛି। ଏହି କର୍ଯ୍ୟକ୍ରମରେ ଭଟାଗୁଡା, ଥୁଆମୂଳ, ରାଣୀଡୁମେର ଗ୍ରାମର କିଶୋରୀ ବାଳିକା ମାନେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତା ଯଥା ମେହେନ୍ଦି, ଅଳତା ଲଗାଇବା, ନାଚ, ଗୀତ ଓ ମ୍ୟୁଜିକ ଚେୟାର ଭଳି ପ୍ରତିଯୋଗିତା କରି ଦିନ ତମାମ ରଜ ପର୍ବ ର ମଜା ଉଠାଇଥିଲେ । ଏହି ରଜ ମଉଜ ର ଆୟୋଜନ କର୍ତ୍ତବ୍ୟ ଅନୁଷ୍ଠାନ ଦ୍ୱାରା ଗଠନ କରିଥିବା ରେଣ୍ଡୋ ମାଝୀ ସିଶୁସଂଘ ଦ୍ୱୟର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ଶ୍ରୀ ବଳଭଦ୍ର ମାଝୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତଥା ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଶିକ୍ଷକ ବରୁଣ ନାଏକ, ଯୋଗେଶ୍ୱର ନାଏକ ଓ ନାଏବ ସରପଞ୍ଚ ସୁକଲ ଦେଇ ଜାନୀ ଅଂଶ ଗ୍ରହଣ କରିଥିଲେ । କର୍ତ୍ତବ୍ୟ ଅନୁଷ୍ଠାନ ର ପ୍ରେରଣାରେ ଅନୁପ୍ରାଣିତ ହୋଇ ଏହିଭଳି ଆୟୋଜନ କରିଥିବାରୁ ସରପଞ୍ଚ କର୍ତ୍ତବ୍ୟ ଅନୁଷ୍ଠାନ କୁ ଅନେକ ପ୍ରଶଂସା କରିଥିଲେ ଅନୁଷ୍ଠାନ ତରଫରୁ ସନ୍ତୋଷ ଦାସ ପ୍ରକଳ୍ପ ପ୍ରବନ୍ଧକ କର୍ତ୍ତବ୍ୟ ଅନୁଷ୍ଠାନ, ସୁଦର୍ଶନ ନାଏକ, ସୁମିତ୍ ବାଗ , ଶୁଭ୍ରାଂଶୁ ମାଝୀ, ସୁନ୍ଦର ସିଂ ମାଝୀ, ସୀତାରାମ ମାଝୀ, ଅଞ୍ଜଳି ନାଏକ ଉପସ୍ଥିତ ରହି ରଜ ମଉଜ କୁ ସଫଳ କରିବାରେ ସହଯୋଗ କରିଥିଲେ ।
କଲାହାଣ୍ଡିରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
