ଭବାନୀପାଟଣା, ୨୯/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଶିକ୍ଷାବର୍ଷ ୨୦୨୫-୨୬ ରେ ଅନୁଷ୍ଠିତ ସିବିଏସଇ ଦଶମ, ଦ୍ୱାଦଶ ଓ ଉଚ୍ଚମାଧ୍ୟମିକ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷାରେ ୯୦% ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ବିକାଶ ଉଇସଡ଼ମ୍ ପାର୍କ ଠାରେ ହନରରୋଲ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ, ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ମୁଖ୍ୟ ଶିକ୍ଷା ଅଧିକାରୀ ଡି ପଦ୍ମିନୀ, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ ଓ ସମସ୍ତ ବିଭାଗର ଅଧ୍ୟକ୍ଷ , ଉପାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଥିଲେ । ଆଧ୍ୟକ୍ଷ ତଥା ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ନିର୍ଦ୍ଦେଶକ ଡି ଶ୍ୟାମ ଓ ନିର୍ଦ୍ଦେଶକ ଡି ରାମ କୁମାର କୃତି ଛାତ୍ରଛାତ୍ରୀ ମାନଙ୍କର ସଫଳତା ପଛର ସ୍ମୃତି ଚାରଣ କରିବା ସହ ଆଗାମୀ ପିଢ଼ିକୁ ମାର୍ଗ ଦର୍ଶନ କରାଇ ଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ୱର ରାଓ ଶୃଙ୍ଖଳା, ଅନୁଶାସନ ଓ ଗୁରୁଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ସଫଳତା ପାଇବାରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷା ଆରତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସିବିଏସଇ ଦଶମ ଶ୍ରେଣୀ ଛାତ୍ର ରୁଦ୍ରାନ୍ସ ସାହୁ , ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ର କେ ସାହିଲ ନାଇଡୁ ଓ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଦିବ୍ୟାଂଶି ମୁଣ୍ଡ ନିଜ ନିଜ ସଫଳତାର ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇଥିଲେ । ଅନୁଷ୍ଠାନ ତରଫରୁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ୱର୍ଦ୍ଧିତ କରାଯାଇ ଥିଲା । ଛାତ୍ରଛାତ୍ରୀ ମାନଙ୍କ ସଫଳତା ପଛରେ ଅନୁଷ୍ଠାନର ମ୍ୟାନେଜମେଣ୍ଟ ମେମ୍ବର, ଅଧ୍ୟକ୍ଷ , ଉପାଧ୍ଯକ୍ଷ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ନିହିତ ଅଛି ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

