Hot Posts

6/recent/ticker-posts

କୋରାପୁଟ ସହରରେ ବର୍ଷାର ତାଣ୍ଡବ।

କୋରାପୁଟ, ୨୭/୦୬ ( ରାମ ପାଢ଼ୀ ) : ଆଜି ତା ୨୭/୬/୨୦୨୬ ରିଖ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ହଟାତ୍ କଳାମେଘ ମାଡିଆସି ଆଖି ପିଛୁଳାକେ ଜୋର୍ ଦାର୍ ବର୍ଷ ହେବାରୁ କୋରାପୁଟ ବସଷ୍ଟାଣ୍ଡ ନିକଟ ପୁରୁଣା ଟାଉନଥାନା ପାଚେରୀ ମଧ୍ୟରେ ରହିଥିବା ମୁନିଗା ଗଛ କିଛି ଫଳ ଦୋକାନ ଉପରେ ଓ ପାର୍କିଂ ହୋଇଥିବା କେତେକ ବାଇକ୍ ଉପରେ ପଡିଯିବାରୁ ,ଦୋକାନ ଓ କେତୋଟି ବାଇକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏହା ଏକ ଜନଗହଳି ବଜାର ହୋଇ ଥିଲେ ହେଁ ଏହି ଘଟଣାରେ କୌଣସି ଜୀବନ ନଷ୍ଟ ହୋଇନାହିଁ ।ଏହି ପରି କୋରାପୁଟ ସହରମଧ୍ୟରେ ଜାତୀୟ ରାଜପଥ କଡ଼ରେ ଅନେକ ବଡ ବଡ ଗଛ ରହିଛି ଏଥିରେ ଅନେକ ଶାଖା ଶୁଖିଯାଏ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ଶୁଖିଲା ଗଛ ଗୁଡିକ ନ କାଟିଲେ ବର୍ଷା ପବନରେ ଏହିପରି ଦୁର୍ଘଟଣା ଘଟିବା ସ୍ୱାଭାବିକ ବୋଲି ବୁଦ୍ଧିଜୀବୀ ମାନଙ୍କର ଆଲୋଚନାର ବିଷୟ ପାଲଟିଛି । କୋରାପୁଟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


କୋରାପୁଟରୁ ରାମ ପାଢ଼ୀଙ୍କ ରିପୋର୍ଟ ।