Hot Posts

6/recent/ticker-posts

ବେଆଇନ ମଦ କାରବାର ଉପରେ ରୋକ ଲଗାଇବା ପାଇଁ ବାଲେଶ୍ୱର ପୋଲିସ ପ୍ରଶାସନବାଲିଆପାଳରେ ସାମ୍ବାଦିକ ସମ୍ମିଳନୀ

ବାଲିଆପଲ, ୦୮/୦୬ ( ସନ୍ୟାସୀ ବେହେରା ) : ବେଆଇନ ମଦ କାରବାର ଉପରେ ରୋକ ଲଗାଇବା ପାଂଇ ଆକ୍ସନ ମୋଡ୍ ରେ ବାଲେଶ୍ବର ଜିଲ୍ଲା ପୋଲିସ ପ୍ରଶାସନ, ଗତ ଏକ ସପ୍ତାହ ମଧ୍ଯ ରେ ଜଳେଶ୍ବର ଥାନା ର ବିଭିନ୍ନ ଅଞ୍ଚଳରେ ଚଢଉ କରି 40 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ଦେଶୀ ଏବଂ ବିଦେଶୀ ମଦ ଜବଦ କରା ଯାଇଥିବା ବେଳେ ଗତକାଲି ଭୋର ସମୟରେ ବାଲିଆପାଳ ଥାନା ଅନ୍ତର୍ଗତ କେଶୁଡିହା ନିକଟରେ ଗୋଟିଏ ପିକଅପ ଭ୍ଯାନ ଏବଂ ଗୋଟିଏ ବଲେରୋ ଗାଡି ରେ ଦେଶୀ ମଦ ଭର୍ତ୍ତି ହୋଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବସ୍ତା ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ ବାଲିଆପାଳ ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଅଚାନକ ଚଢଉ କରି ଥିଲା, ଘଟଣା ସ୍ଥଳରୁ ଦୁଇ ଜଣ ଡ୍ରାଇଭର ଗିରଫ ହୋଇଥିବା ବେଳେ ଦୁଇଟି ଗାଡି ରୁ 4 ହଜାର ଲିଟର ରୁ ଉର୍ଧ୍ଯ ଦେଶୀ ମଦ ଏବଂ 52 ହଜାର ନଗଦ ଟଙ୍କା ଜବଦ କରା ଯାଇଛି, ଯାହାର ଆନୁମାନିକ ମୂଲ୍ଯ 8 ଲକ୍ଷ ଟଙ୍କା ରୁ ଉର୍ଧ୍ବ ହେବ ବୋଲି ବାଲିଆପାଳ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା। ଭବିଷ୍ୟତରେ ବେଆଇନ ମଦ କାରବାର ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାମ୍ବାଦିକ ସମ୍ମିଳନରେ ଜଣାଇଥିଲେ |