Hot Posts

6/recent/ticker-posts

ଲଡୁଗାଁରେ ରାମ ମନ୍ଦିର ପାଇଁ ଭୂମିପୂଜନ।

କୋକସରା, ୨୬/୦୬ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁଠାରେ ମହା ଆଡମ୍ବରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକର୍ମଟି ହରିରାମ fatechand ପାରିବାର ତରଫରୁ ଆୟୋଜନ କରାଯାଇଥିଲା। ପରିବାରର ଯୁଗଳ ଅଗ୍ରୱାଲ , ମନୋଜ ଅଗ୍ରୱାଲ , ମୁରଲୀ , ମୁକେଶ , ବିମଳ , ଲିଙ୍ଗରାଜ , ଦୁର୍ଗା ଓ କୈଳାଶ ଅଗ୍ରୱାଲ, ଜଗନ୍ନାଥ ମନ୍ଦିର ର ସଭାପତି ଶ୍ରୀ ବନମାଳୀ ମାଝୀ ଙ୍କ ସମେତ ଅନେକକର୍ମକର୍ତ୍ତା ଉପସ୍ଥିତି ଥିଲେ । ଭୂମିପୂଜନ ର କର୍ତ୍ତା ଭାବେ କମଲ ଅଗ୍ରୱାଲ, ପୂଜକ ଶ୍ରୀ କିଶୋର ଠାକୁର ବିଧି ଅନୁସାରେ ପୂଜା କାର୍ଯ୍ୟ ସମାପନା କରିଥିଲେ।