Hot Posts

6/recent/ticker-posts

ଟାଙ୍ଗିଆ ଚୋଟରେ ଗୁରୁତର ଯୁବକ

ଗଞ୍ଜାମ, ୦୬/୦୬ ( ସତ୍ୟମ ଜଗତ ) : କୋଦଳା ପୁଲିସ ଆଗରେ ଜଣେ ଣେ ଯୁବକଙ୍କ ଉପରେ ଗଙ୍ଗିଆ ଚୋଟ ପଡିଛି । ଗଞ୍ଜାମ ଜିଲ୍ଲା । ବୁଢ଼ାମ୍ବ ଫାଣ୍ଡି ଆଗରେ ଏଭଳି ଘଟଣା ଘଟିଛି। ବଡ଼ ମହୁରୀ ଗ୍ରାମର ଟି.ନବୀନ ପ୍ରଧାନ (୨୬) ଟାଙ୍ଗିଆ ଚୋଟରେ ଆହତ ହୋଇ ପ୍ରଥମ କୋଦଳା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ ନବୀନଙ୍କୁ କିଛି ଲୋକ ବୁଢ଼ାମ୍ବର ଜଣେ ଯୁବକ ଲୁବୁନ ପ୍ରଧାନ ଗାଳି କରୁଛି ବୋଲି କହିଥିଲେ। ସେ ଫୋନ୍‌ରେ ଲୁବୁନ ସ‌ହ କ‌ଥା ହୋଇଥିଲେ। ଲୁବୁନ୍ ଆଜି ଅପରାହ୍ନରେ ୪ଟାରେ ବୁଢ଼ାମ୍ବ ଡାକିଥିଲେ। ନବୀନ କିଛି ଯୁବକଙ୍କ ସହ ଆସିଥିଲେ ଏବଂ କଥା ହୋଇ ଗାଁକୁ ଫେରିଥିଲେ। ବାଟରୁ ପୁଣି ନବୀନ ବୁଢ଼ାମ୍ବ ଯାଇଥିଲେ। ରାତି ସାଢ଼େ ୯ଟାରେ ପୁଲିସ ଫାଣ୍ଡି ନିକଟରେ ଲୁବୁନ ଓ ନବୀନ ଭେଟ ହୋଇଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଲୁବୁନ ଟାଙ୍ଗିଆରେ ନବୀନକୁ ଚୋଟ ପକାଇଥିଲା । ପାଖରେ ଥ‌ିବା କିଛି ଲୋକ ନବୀନକୁ ଟାଣି ଦେଇଥିଲେ। ଯାହା ଫଳରେ ତାଙ୍କ ଗୋଡ଼ରେ ଟାଙ୍ଗିଆ ଚୋଟ ପଡିଥିଲା। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ପ୍ରକାରେ ପୁଲିସ ଉପସ୍ଥିତ ଥାଇ ମଧ୍ୟ ପଦକ୍ଷେପ ନେଇନଥିଲା।