ବଡ଼ସୁଆର ରେ ରଜମହୋତ୍ସବ
ଯାଜପୁର, ୧୬/୦୬ ( ରଂଜିତ ମହାନ୍ତି ) : ବନସ୍ତେ ଡାକିଲା ଗଜ, ଵରଷେ କ ଥରେ ଆସିଛି ରଜ ଏହି ରଜ ତିନି ଦିନକୁ ବେଶ ଲୋକ ମାନେ ଧୁମ ଧାମ ରେ ପାଳନ କରୁଥିବା ବେଳେ ଯାଜପୁର ଜିଲ୍ଲା ବଡ଼ସୁଆର ଗ୍ରାମ ରେ ଦୀର୍ଘ ୧୦ ବର୍ଷ ଧରି ରଜ ମହୋତ୍ସବ ପାଳନ ଅନୁଷ୍ଠିତ ହେlଇଛି l ପଟା ଦୋଳି, ଚକ୍ରି ଦୋଳି, ବିଭିନ୍ନ ପ୍ରକାର ଦୋଳି, ସେଲ୍ଫିପଏଣ୍ଟ,ସାଂସ୍କୃତିକ କାର୍ଯ୍ୟକ୍ରମ,ପାରମ୍ପାରିକ ଖେଳ, ସୁସାଦୁ ପୋଡ଼ପିଠା, ରଜ ପାନ,ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି l ବରୀ, ବିଂଝାରପୁର, ଯାଜପୁର ଅଞ୍ଚଳ ର ବହୁ ଲୋକଙ୍କ ସକାଳୁ ରାତି ପର୍ଯ୍ୟନ୍ତ ଭିଡ଼ ଜମୁଛି, ମିନା ବଜାର ମନମୋହୁଛି l