କବି ଅନୁପ କୁମାର ଗଡ଼ନାୟକ "ଶିକ୍ଷାବାରିଧୀ ସମ୍ମାନ"ରେ ସମ୍ମାନିତ*
ବାଲେଶ୍ୱର, ୦୧/୦୬ (ନିରୋଜ କୁମାର ସେଠୀ) : ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ "ଅପରାହ୍ନ"ର ବାର୍ଷିକ ଉତ୍ସବରେ "ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ"ର ପରାମର୍ଶଦାତା ଶ୍ରୀଯୁକ୍ତ କବି ଅନୁପ କୁମାର ଗଡ଼ନାୟକଙ୍କୁ ସମାଜ ସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ "ଶିକ୍ଷାବାରିଧୀ ସମ୍ମାନ"ରେ ସମ୍ମାନିତ କରାଯାଇଛି। ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଗଡ଼ନାୟକଙ୍କୁ ଉତ୍ତରୀୟ, ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରିଥିଲେ। ଏହି ଅବସରରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, "ୱର୍ଲ୍ଡ ଓଡ଼ିଶା ସୋସାଇଟି"ର ଚେୟାରମ୍ୟାନ୍ ଶ୍ରୀ କିଶୋର ଦ୍ୱିବେଦୀ, "ଅପରାହ୍ନ" ସମ୍ପାଦକ ଶ୍ରୀ ବଂଶୀଧର ଜେନା, ଫକୀରମୋହନ ସେନାପତିଙ୍କ ଅଣ ନାତୁଣୀ ଶ୍ରୀମତୀ ମୋନିକା ଦାସ ଓ ଶ୍ରୀମତୀ ମନୋରମା ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଡ. ପାଟଶାଣୀ କହିଥିଲେ, ଉତ୍ସର୍ଗ ଫାଉଣ୍ଡେସନ ମାଧ୍ୟମରେ ପରାମର୍ଶଦାତା ଶ୍ରୀ କବି ଅନୁପ କୁମାର ଗଡ଼ନାୟକଙ୍କୁ ବିଗତ ୬ ବର୍ଷ ଧରି ଅସହାୟ ଲୋକଙ୍କ ସେବା କରି ଆସୁଛନ୍ତି, ଯାହା ପ୍ରଶଂସନୀୟ।