Hot Posts

6/recent/ticker-posts

ବିଧାୟକଙ୍କ କରକମଳରେ ଲଇକେରା ବ୍ଲକରେ ବିଭିନ୍ନ ରାସ୍ତା ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ବ୍ୟୟ ହେବ ୫୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ଲଇକେରା, ୩୧/୦୫ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥାର ସୁଦୃଢୀକରଣ ଓ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ବଡ ପଦକ୍ଷେପ ନିଆଯାଇଛି ।ରବିବାର ଦିନ ଲଇକେରା ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରମୁଖ ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତିକରଣ କାର୍ଯ୍ୟ ପାଇଁ ଭବ୍ୟ ଶୁଭ ଶିଳାନ୍ୟାସ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ଜନସାଧାରଣଙ୍କ ସମ୍ମାନଜନକ ଉପସ୍ଥିତିରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ କରକମଳରେ ଏହି ସମସ୍ତ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।ଏହି ଅବସରରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ,ଆସିଷ୍ଟାଣ୍ଟ ଇଞ୍ଜିନିୟର ବନମାଳୀ ନାଇକ ଏବଂ ଭାଜପା କର୍ମକର୍ତ୍ତାମାନେ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଗୁରୁତ୍ୱପୂର୍ଣ୍ଣ ସଡକ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳବାସୀଙ୍କ ଯାତାୟାତ ବ୍ଯବସ୍ଥା ଅଧିକ ସୁଗମ,ସୁରକ୍ଷିତ ଓ ଦ୍ରୁତଗତି ସମ୍ପନ୍ନ ହେବ ।ଏହା ସ଼ହିତ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବ୍ୟବସାୟିକ ଓ ଅର୍ଥନୈତିକ ବିକାଶକୁ ଏହା ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ଅତିଥିମାନେ ମତବ୍ଯକ୍ତ କରିଛନ୍ତି ।ରାଜ୍ୟ ଯୋଜନାରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡିକର ମଧ୍ୟରେ ତିଲେଇମାଲ ରୁ ପାକେଲପଡା ରାସ୍ତା ପାକେଲପଡା ଅଞ୍ଚଳର ୪.୩ କିଲୋମିଟର ଦୀର୍ଘ ପ୍ରଶସ୍ତିକରଣ ଏବଂ ଦୃଢୀକରଣ ପାଇଁ ୯୯୫.୮୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି ।ଗମ୍ଭାରୀଗୁଡା ରୁ ସାନ୍ଧୁରଜାମ ରାସ୍ତା ୩.୭୮୮ କି.ମି ରାସ୍ତାର ବିକାଶ କରାଯିବା ପାଇଁ ରାଜ୍ୟ ସରକାର ପକ୍ଷରୁ ୮୫୮.୫୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।ହୁଡୁକୁଡିହି ରୁ ନାଏକକର୍ଲା ୪.୪୩ କିମି ବିଶିଷ୍ଟ ରାସ୍ତାର ପ୍ରଶସ୍ତିକରଣଷ ଓ ସୂଦୃଢୀକରଣ କାର୍ଯ୍ୟ ପାଇଁ ୭୩୬.୨୫ ଲକ୍ଷ ଟଙ୍କାର ବ୍ୟୟବରାଦକୁ ସ୍ୱୀକୃତି ମିଳିଛି ।ନନ୍ଦମୁଣ୍ଡା ରୁ ତିଲେଇମାଲ ୭.୬୧:କିମି ରାସ୍ତାର ଉନ୍ନତିକରଣ ପାଇଁ ୧୩୯୦.୮୭ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି ।ସେହିପରି ପାକେପଡା ରୁ ଖଉରଖେମନ ରାସ୍ତା ଦୀର୍ଘ ୮ କିମି ରାସ୍ତାର ସମ୍ପ୍ରସାରଣ ଓ ବିକାଶ ପାଇଁ ସର୍ବାଧିକ ୧୪୯୩.୪୫ ଲକ୍ଷ ଟଙ୍କା ଓଡିଶା ସରକାର ଙ୍କ ଠାରୁ ବ୍ୟୟ ମଞ୍ଜୁର କରାଯାଇଛି ।ଏହି ଶିଳାନ୍ଯାସ କାର୍ଯ୍ଯକ୍ରମରେ ସ୍ଥାନୀୟ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ତ୍ତ ବିଭାଗର ଅଧିକାରୀ ଙ୍କ ସହିତ କୁଳମଣି କିଶାନ, ମୈାଜିଲାଲ ଡନସେନା, ନବୀନ କର୍ତ୍ତେ, ନବୀନ ବୁଦୁଲା, ଟିକେଶ୍ୱର ପୃସେଠ, ନିର୍ମଳ ପଟେଲ, ଦୁତିକା ଓରାମ,  ମଧୁ ରଣା ଏବଂ ବାସନ୍ତୀ ନାଏକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ବିଧାୟକଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ ।ଏହି ଗ୍ରା଼ମୀଣ ଓ ଆଞ୍ଚଳିକ ରାସ୍ତାଗୁଡିକର ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେଲେ ସ୍ଥାନୀୟ ପରିବହନ କ୍ଷେତ୍ରରେ ଏକ ବ୍ୟାପକ ସୁଧାର ଆସିଵ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।

ନବଦୂତ କାର୍ଯ୍ୟାଳୟ,ଲଇକେରା
        ଜିଲ୍ଲା:ଝାରସୁଗୁଡା
   *ମୋ:୮୯୧୭୬୧୭୩୮୪*