Hot Posts

6/recent/ticker-posts

କଟକ ମହାନଗର ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଶଙ୍ଖ ଭବନ ରେ ଶତାଧିକ ନେତା ଭେଟିଲେ ଶ୍ରୀମତୀ ସୁଜାତା ରାଉତଙ୍କୁ

ଭୁବନେଶ୍ୱର, ୨୯/୦୬ ( ନବଦୂତ ) : ବିଜୁ ଜନତା ଦଳରେ ନିକଟରେ ଯୋଗଦେଇଥିବା ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଜାତା ରାଉତଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ଆଜି କଟକ ମହାନଗର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ସ୍ଵଦେଶ ଦାସ ଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ନେତା, କର୍ପୋରେଟର, ୱାର୍ଡ ସଭାପତି ଓ କର୍ମକର୍ତ୍ତାମାନେ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ପହଞ୍ଚିଥିଲେ। ଏହି ଅବସରରେ ଦଳ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ଆନ୍ତରିକ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ରାଜନୈତିକ ଜୀବନ ସଫଳ ଓ ଜନମୁଖୀ ହେଉ ବୋଲି କାମନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସଭାପତି କହିଥିଲେ ଯେ, ଶ୍ରୀମତୀ ସୁଜାତା ରାଉତ ଜଣେ ଦକ୍ଷ, ସଚ୍ଚୋଟ ଓ ଅଭିଜ୍ଞ ପ୍ରଶାସନିକ ଅଧିକାରୀ ଭାବେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ବିକାଶ ଓ ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ବର୍ତ୍ତମାନ ସେ ବିଜୁ ଜନତା ଦଳରେ ସାମିଲ ହେବା ଫଳରେ ଦଳର ସାଙ୍ଗଠନିକ ଶକ୍ତି ଆହୁରି ସୁଦୃଢ଼ ହେବ ଏବଂ ତାଙ୍କର ପ୍ରଶାସନିକ ଅଭିଜ୍ଞତା ରାଜ୍ୟର ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଶ୍ରୀମତୀ ସୁଜାତା ରାଉତ ତାଙ୍କ ପ୍ରତି କଟକ ମହାନଗରର ଦଳୀୟ ନେତୃବୃନ୍ଦଙ୍କ ଏହି ଆନ୍ତରିକ ସ୍ନେହ ଓ ସମ୍ମାନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ବିଜୁ ଜନତା ଦଳର ଆଦର୍ଶ, ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ, ମହିଳା ସଶକ୍ତିକରଣ, ମିଶନ ଶକ୍ତି ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଦଳ କରିଥିବା କାର୍ଯ୍ୟ ତାଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଛି। ଆଗାମୀ ଦିନରେ ସେ ଦଳର ଜଣେ ନିଷ୍ଠାବାନ କର୍ମୀ ଭାବେ ସାଧାରଣ ଲୋକଙ୍କ ସେବା ପାଇଁ ନିଜକୁ ସମର୍ପିତ କରିବେ ବୋଲି କହିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଟକ ମହାନଗର ସାଙ୍ଗଠନିକ ଜିଲ୍ଲା କର୍ମକର୍ତା , କର୍ମୀ ଛାମୁଆ ସଂଗଠନ କର୍ମକର୍ତା ଯଥା, ଅନିତା ବେହେରା,ପ୍ରଫୁଲ ବେହେରା, ଦେବେନ୍ଦ୍ର କାହାଳି ,ବିଶ୍ଵନାଥ ଧୀର, ବିଜ୍ଞାନ ମହାପତ୍ର ପ୍ରତାପ ନାୟକ,ସୌମିତ୍ର ମିତ୍ର, ସ୍ମିତା ମୂଳିଆ,ସଂଗୀତା ଦାସ, ଧିରେନ୍ଦ୍ର ପ୍ରତାପ, ଅକ୍ଷୟ ମହାନ୍ତି, ପ୍ରେମାନସୂ ବେହେରା, ବିନୋଦ ପଣ୍ଡା, ଶେକରିଆଜୁଲା , ଶୟଦ ଶେଖବତ ଅଲି , ସକିଲ ଅଖତର ,ଅର୍ଦ୍ଧେନ୍ଦୁ ଶେଖର ମାଝୀ , ପ୍ରଭାତ ଦାସ, ପ୍ରଦୀପ ବାରିକ, ସଞ୍ଜୟ ଦାସ, ସୌମ୍ଯ ଦର୍ଶନ ବେହେରା,ସୁଦାମ ପରିଡା, ଶିବ ଶଙ୍କର ସିଂ,ପ୍ରତାପ ଚନ୍ଦ୍ର ସାହୁ ,ସୌମେନ୍ଦ୍ର ସାହୁ , ଜୋନ ଆଶିଷ ବରାଳ ,ପ୍ରମୁଖ ଉପସ୍ତିତ ଥିଲେ।