Hot Posts

6/recent/ticker-posts

ରାୟଗଡ଼ା ମା' ମଝିଘରିଆଣୀଙ୍କ ହୁଣ୍ଡିରୁ ବାହାରିଲା ୧.୨୨ କୋଟି ଟଙ୍କା, ସୁନା-ରୂପା ସହ ବିଦେଶୀ ମୁଦ୍ରା

ରାୟଗଡା, ୨୯/୦୬ ( ଭି. ଗୌରି ଶଙ୍କର ରାଓ ) : କଡା ସୁରକ୍ଷା ବ୍ୟବସ୍ଥା ଏବଂ ଦେବତ୍ୱର ବିଭାଗର ତତ୍ୱାବଧାନରେ ପର୍ଯାୟ କ୍ରମେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝି ଘରିଆଣି ମାଙ୍କ ମନ୍ଦିରର ୯ଟି ହୁଣ୍ଡିର ଗଣତି କାର୍ଯ୍ୟକ୍ରମ ସରିଛି, ଏଥିରେ ଟଙ୍କା ଆକାରରେ ନଗଦ ଏକ କୋଟି ୨୨ଲକ୍ଷ ୨୯ହଜାର ୬୨୩ଟଙ୍କା, ସୁନା ୩୨ଗ୍ରାମ.., ରୁପା ୧କେଜି ୩୦୦ଗ୍ରାମ ଏବଂ ୯ଟି ବିଦେଶୀ ମୁଦ୍ରା ବାହାରିଛି, ଏହି ଗଣତି କାର୍ଯ୍ୟ ସକାଳ ୯ଘଣ୍ଟିକାରୁ ଆରମ୍ଭ ହୋଇ ରାତ୍ର ୯ଘଣ୍ଟିକାରେ ସମାପ୍ତ ହୋଇଛି।