ଗୁମାଗଡ଼ ପଞ୍ଚାୟତରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ, ୨୪/୦୬ ( ବାଳକୃଷ୍ଣ କହଁର ) : କେନ୍ଦ୍ର ରେ ୧୨ ବର୍ଷ ଏବଂ ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲା ଫୁଲବାଣୀ ବ୍ଲକର ଗୁମାଗଡ଼ ପଞ୍ଚାୟତ ଠାରେ ‘ବିକାଶ ଧାରା ଓଡ଼ିଶା ସାରା’ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଗୁମାଗଡ଼ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଗା ଶିବିରରେ ଫୁଲବାଣୀ ବିଧାୟକ ପ୍ରତିନିଧି ଲଳିତ ଦିଗାଲ, ଭାଜପା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର, ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି ନୀଳାମ୍ବର କହଁର ଯୋଗଦେଇ ସରକାରଙ୍କ ଯୋଜନା ବାବଦରେ ସଚେତନତା ସୃଷ୍ଟି କରିଥିଲେ।ଏହି ଅବସରରେ ୫ ଜଣ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ କରାଯାଇଥିବା ବେଳେ ୨ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନା ରେ ଏ ଡି ଓ ସହଦେବ ନାୟକ ସହଯୋଗ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ