Hot Posts

6/recent/ticker-posts

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବରୀ, ୧୯/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଳକ ଭଅଁରା ଗ୍ରାମର ଧର୍ମପ୍ରାଣା ମହିଳା କୌଶଲ୍ୟା ଜେନା ୭୨ବର୍ଷ ବୟସ ରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି l ସେ ଜଣେ ମେଳାପୀ, ସେହ୍ନବତ୍ସଳ ଓ ପରୋପକାରୀ ମଣିଷ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ବହୁ ମାନ୍ୟଗନ୍ୟ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ ଆଜି ସକାଳେ ଏକ ଶୋଭାଯାତ୍ରା ରେ ନିଆଯାଇ ଗ୍ରାମ୍ୟ ଶ୍ମଶାନ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା l ତାଙ୍କର ସାନପୁଅ ହିରଣ୍ମୟ ଜେନା ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟାଖେଳି ଯାଇଛି l