ନିଜ ମାକୁ ବିଭଷ୍ଣଭାବେ ହତ୍ୟାକଲା ଜନ୍ମ କଲା ପୁଅ।
ବନ୍ତ, ୧୫/୦୬ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲା ଅଞ୍ଚଳରେ ଅଘଟଣ । ୩ଦିନଧରି ସାରା ଓଡିଶା କୃଷି ଭିତ୍ତିକ ପର୍ବ ରଜମଉଜ ମାନଉ ଥିବାବେଳେ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଅଧିନସ୍ତ ବନ୍ତଥାନା ଅଞ୍ଚଳ ରେ ଏକ ଘରୋଇ କଳିଝଗଡା ର ରୂପନେଲା ଭୟଙ୍କର ହତ୍ୟା କାଣ୍ଡ।ଘରେସାମାନ୍ୟ କଲିଝଗଡା ରୁ ମା ଓ ପୁଅ ମଧ୍ୟରେ ଅଧିକ ଝଗଡା ହେବାପରେ ଅଧିକ କ୍ରୋଧନିତ ହୋଇ ନିଜ ଜନ୍ମ କଲା ମା କୁ ଅତି ନୁସଂଶ ଭାବେ ହତ୍ୟା କଲା ଜଣେ ପାଖଣ୍ଡି ଗୁଣ୍ଡାଭଳି ଦିଶୁଥିବା ଖୁନିଆସାମୀ ପୁଅ।ଘଟଣା ର ଖବର ପାଇ ବନ୍ତ ପୋଲିସ ଘଟଣା ସ୍ଥଳରେ ପହଂଚି ହତ୍ୟାକାଣ୍ଡ ଭିଆଇ ଥିବା ଆସାମୀ କୁ ଗିରଫ କରିବା ସହ ହତ୍ୟାକାଣ୍ଡ ର ସମସ୍ତବିବରଣୀ ର ତଦନ୍ତ ଚଳାଇଥିବାର ସୂଚନା ମିକିଛି। ଘଟଣା ର ପୋଲିସ ଓ ସାଇନ୍ଟଫିକ ଟିମ ଙ୍କ ସୂଚନା ଅନୁଯାୟୀ ମୃତ ମହିଳା ଙ୍କ ମଝିଆ ପୁଅ ଅଙ୍କୁଶ ନିଜମାକୁ ହତ୍ୟା କରିଥିବା ପୁଅ ଅଙ୍କୁଶ କହିବା ପୁତବିକ ତାଙ୍କ ମା ତାକୁ ସବୁବେଳେ ତା ପ୍ରତି ଅନ୍ୟାୟ ଓ ଖାଇଵା ପିଇବା ଦେବାରେ ଅବହେଳା, ବହୁପ୍ରକାର ସନ୍ଧେହ ଘେରରେ ରହି ସେ ତା ମା ରୋସାଇ କରୁଥିବା ବେଳେ ପ୍ରଥମେ ଏକ ପରିବା କଟା ପନିକି ଓ ଟାଙ୍ଗିଆ ରେ ମୁଣ୍ଡ କୁ ଓ ବେକକୁ ହାଣୀ ହତ୍ୟା କରିଥିଲେ ବୋଲି ପୋଲିସ ନିକଟରେ କହିଥିଲେ,ତାଙ୍କ ମା ତା ପ୍ରତି କରୁଥିବା ଅନ୍ୟାୟ ପାଇଁ ସେ ହତ୍ୟା କରିଥିବାର ପୋଲିସ କୁ ଜଣାଇଥିଲେ ବୋଲି ସୂଚନା ମିଳିଛି
ସମ୍ବାଦଦାତା-ମାନସକୁମାର ସାହୁ