Hot Posts

6/recent/ticker-posts

ରାୟଗଡ଼ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀଙ୍କ ଅଚାନକ ଗସ୍ତ

ରାୟଗଡ଼ା, ୨୪/୦୬ ( ଭି. ଗୌରି ଶଙ୍କର ରାଓ ) : ଗତ ରାତ୍ରି ପ୍ରାୟ ୧୦ ଘଣ୍ଟା ସମୟରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ନିଜ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଜୟପୁର ଯାଉଥିବା ବେଳେ ରାୟଗଡ଼ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପି ପରିବାରର କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସେ ଦଳର ସାଙ୍ଗଠନିକ ସ୍ଥିତି, ବୁଥ୍ ସଶକ୍ତିକରଣ, କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଏବଂ ସଙ୍ଗଠନକୁ ଆହୁରି ମଜବୁତ କରିବା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଗାଁ ଗାଁରେ ସୁଦୃଢ଼ କରିବା, ଜନସାଧାରଣଙ୍କ ସହ ଅଧିକ ସମ୍ପର୍କ ସ୍ଥାପନ କରିବା ଏବଂ ଦଳର ନୀତି ଓ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା ନେଇ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ତାଙ୍କ ଏହି ଅଚାନକ ଗସ୍ତ ରାୟଗଡ଼ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନୋବଳକୁ ଆହୁରି ଦୃଢ଼ କରିଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ସମସ୍ତଙ୍କୁ ଉତ୍ସାହିତ ଓ ପ୍ରେରିତ କରିଥିଲା।

ଆପଣଙ୍କ
ୟlଲ୍ଲା ଭେଙ୍କଟେଶ୍ବର ରାଓ(କୋଣ୍ଡା ବାବୁ)
ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ, ରାଜ୍ୟ ବିଜେପି
ବିଜେପି, ରାୟଗଡ଼