Hot Posts

6/recent/ticker-posts

ମାଲକାନଗିରି ଜିଲ୍ଲା ପୁଲିସ ର ସଫଳତା ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ମାଓବାଦୀ ଡମ୍ପ ଉଦ୍ଧାର, ବନ୍ଧୁକ ଗୋଳା ବାରୁଦ, ବିପୁଳ ପରିମାଣ ର ମାଓସାମଗ୍ରୀ ଜବତ।

ମାଲକାନଗିରି, ୦୯/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା ପୁଲିସ କୁ ମିଳିଛି ସଫଳତା, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ତୁଳସୀ ପାହାଡ଼ ଅଞ୍ଚଳରୁ ମାଓବାଦୀ ଡମ୍ପ କୁ ଠାବ କରା ଯାଇଛି, ସେଥିରୁ ମାଓବାଦୀ ଲୁଚାଇ ରଖିଥିବା ବନ୍ଧୁକ, ଲ୍ୟାଣ୍ଡ ମାଇନ, ବମ,ଗୋଳା ବାରୁଦ ଓ ବିପୁଳ ପରିମାଣ ର ମାଓସାମଗ୍ରୀ କୁ ପୁଲିସ ଜବତ କରି ମାଓବାଦୀ ଙ୍କ ବଡ଼ ଧରଣ ର ହିଂସା କାଣ୍ଡ ଯୋଜନା କୁ ପଣ୍ଡ କରିଦିଆ ଯାଇଛି ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ଶ୍ରୀ ପାଟିଲ କହିଛନ୍ତି ପୁର୍ବ ରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ସୂଚନା ଅନୁଯାଇ ଆଜି ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦୁର୍ବା ଥାନା ସୀମାନ୍ତ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ କିର୍ମିଟି ଏବଂ ଖଟୁଆପଦର ଜଙ୍ଗଲ ଅଞ୍ଚଳରେ ମାଲକାନଗିରିର DVF ଏବଂ BSF ଦଳ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା, ଉପରୋକ୍ତ ଅଞ୍ଚଳରେ ଏକ ପ୍ରମୁଖ ମାଓ ଡମ୍ପ ଠାବ କରାଯାଇଥିଲା। ଏହି ଡମ୍ପ ରୁ ବନ୍ଧୁକ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଆଇଡି, ଗ୍ରେନେଡ୍ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର ଏବଂ ଜବତ କରାଯାଇଛି। ସନ୍ଦେହ କରାଯାଉଛି ଯେ ଏହି ସାମଗ୍ରୀଗୁଡ଼ିକ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ଏହି ଅଞ୍ଚଳରେ ମାଓବାଦୀଙ୍କ ବିନାଶକାରୀ କାର୍ଯ୍ୟକଳାପ ପାଇଁ ମାଓବାଦୀ ଙ୍କୁ ଏକ ବଡ଼ ଝଟକା ଲାଗିଛି, ସନ୍ଦେହ କରାଯାଉଛି ଯେ ଏହି ବିସ୍ଫୋରକଗୁଡ଼ିକ ସହିତ ଅନ୍ୟାନ୍ୟ ସାମଗ୍ରୀ ଆନ୍ଦ୍ର ଓଡ଼ିଶା ବୋର୍ଡର ଜୋନାଲ କମିଟି ର ମାଓବାଦୀ କ୍ୟାଡରମାନଙ୍କର ଏବଂ ସେଗୁଡ଼ିକୁ ନିରୀହ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀ ବିରୁଦ୍ଧରେ ବ୍ୟବହାର କରିବା ଏବଂ ସେମାନଙ୍କର ବିନାଶକାରୀ କାର୍ଯ୍ୟକଳାପ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଉଦ୍ଧାର ପରେ, ଏହି ଅଞ୍ଚଳରେ ଆହୁରି କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ଏସପି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ. ସମ୍ମିଳନୀ ରେ ଏସପି ଙ୍କ ସହିତ ବିଏସଏଫ କମାଣ୍ଡେଣ୍ଟ ସୁଶୀଲ କୁମାର, ବିଏସଏସଫ ଗୋଇନ୍ଦା ଡେପୁଟି କମାଣ୍ଡର ଶ୍ରୀ ମିଶ୍ର ଓ ଅନ୍ୟା ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।




ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।