ବରଗଡ଼, ୦୮/୦୬
( ନରେନ୍ଦ୍ର ପ୍ରଧାନ ) : ବରଗଡ଼ରେ ନିଆରା ଢଙ୍ଗରେ ଫାଇଟର୍ସ ଗ୍ରୁପ ପକ୍ଷରୁ ଆନ୍ତର୍ଜାତୀୟ କର୍କଟ ବିଜେତା ଦିବସ 2026 ପାଳିତ ହୋଇଯାଇଛି । କ୍ୟାନ୍ସରର ହବ ସେଣ୍ଟର ବରଗଡ଼ ଜିଲ୍ଲା । କ୍ୟାନ୍ସର ରୋଗରୁ ମୁକ୍ତି ପାଇବା ପାଇଁ ସଚେତନତା ହିଁ ଏକ ମାତ୍ର ମୂଳମନ୍ତ୍ର । ନିଜେ ସଚେତନା ହେବା ସହିତ ଗାଁଠୁ ସହର ପର୍ଯ୍ୟନ୍ତ ସଭିଙ୍କୁ ସଚେତନା କରିବା ସଂକଳ୍ପ ନେଇ ଆଜି ଫାଇଟର୍ସ ଗ୍ରୁପ ପକ୍ଷରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଆନ୍ତର୍ଜାତୀୟ କର୍କଟ ବିଜେତା ଦିବସ ଉପଲକ୍ଷେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ମୂଖ୍ଯ ଅତିଥି ଭାବରେ ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦିପ ପୁରୋହିତ ଯୋଗଦେଇ ଥିଲେ,ଏଂବ  ସମ୍ମାନିତ ଅତିଥି ଭାବରେ ଅନେକ ଡକ୍ଟର ଯୋଗଦେଇ ସମସ୍ତ କର୍କଟ ସହଯୋଗୀ ମାନଙ୍କୁ ସମ୍ମାନିତ କରିଥିଲେ।