Hot Posts

6/recent/ticker-posts

ଲାଇନପଡାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଚକାପାଦ, ୦୮/୦୬ ( ଅଚ୍ୟୁତ ଜାନୀ ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମ ପଞ୍ଚାୟତର ଲାଇନପଡା ସ୍ଥିତ ବରଡ଼ା ବାଲୁଙ୍କେଶ୍ୱର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସମୁଦାୟ ୨୦୪ ଗୋଟି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାକୁ ନେଇ ଅଞ୍ଚଳବାସୀ ଓ ଅଭିଭାବକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଥିଲା।ଲାଇନପଡାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବଇନେତ୍ରୀ କଁହର, ବିଡିଓ ଶ୍ରୀ ହୃଦରଞ୍ଜନ ସାହୁ, ତହସିଲଦାର ଶ୍ରୀ ରାଜେଶ କୁମାର ପ୍ରଧାନ, ଆଡିଶନାଲ ତହସିଲଦାର ଶ୍ରୀ ଆଲବର୍ଟ ହାଁସଦା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରଞ୍ଚନା ନାୟକ, ସରପଞ୍ଚ ଶ୍ରୀମତୀ ସୁମତୀ କଁହର, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୋମନାଥ ବେହେରା, ବ୍ଲକ ଶିକ୍ଷା ପ୍ରତିନିଧି ଶ୍ରୀ ଜ୍ଞାନେଦ୍ର ଦାସ, ବିଇଓ ଶ୍ରୀ ରଞ୍ଜନ କଁହର ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୋମନାଥ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟସ୍ତରୀୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଏଲଇଡି ସ୍କ୍ରିନ ମାଧ୍ୟମରେ ଉପସ୍ଥିତ ଲୋକେ ଉପଭୋଗ କରିଥିଲେ। ସରକାରଙ୍କ ପକ୍ଷରୁ ଲାଇନପଡାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବା ଫଳରେ ଅଞ୍ଚଳରେ ଶିକ୍ଷାର ଅଧିକ ଉନ୍ନତି ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।