ଦୀର୍ଘ ୬ମାସ ବ୍ୟବଧାନରେ ଖୋଲିଲା ଅଧିଷ୍ଠାତ୍ରୀ ଦେଵୀ ମା ମଝି ଘରିଆଣି ମାଙ୍କ ଦାନ ହୁଣ୍ଡି।
ରାୟଗଡା, ୨୯/୦୬ ( ଭି. ଗୌରୀ ଶଙ୍କର ରାଓ ) : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ର ଅର୍ଥ ଗଣତି ଆରମ୍ଭ ହୋଇଛି। ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଏହି ଗଣତି କାର୍ଯ୍ଯରେ ନିୟୋଜିତ ଅଛନ୍ତି। ମାଁଙ୍କ ପୂଜାର୍ଚ୍ଚନା ପରେ ୬ ମାସ ବ୍ୟବଧାନରେ ଆଜି ଦେବତ୍ତୋର ବିଭାଗର ଅନୁମତି ପରେ ରାଜସ୍ବ ବିଭାଗ ଅଧିକାରୀ ଙ୍କ ଉପସ୍ଥିତ ରେ ୯ଟି ଦାନ ହୁଣ୍ଡି ଖୋଲାଯାଇଛି। ଏଥିରେ ଓଡିଶା ଗ୍ରାମୀଣ ବ୍ଯଙ୍କ ସହଯୋଗ କରୁଥିବା ସମୟରେ ଗଣତି ଶେଷ ହେବା ପରେ ସମସ୍ତ ଅର୍ଥକୁ ଉକ୍ତ ବ୍ଯାଙ୍କରେ ପୈଠ କରାଯିବ। ଆଜିର ଏହି ଗଣତି କାର୍ଯ୍ଯରେ ପ୍ରାୟ 250 ଜଣ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ଭାଗ ନେଇଥିଲେ। ଗତ ୬ ମାସ ପୂର୍ବେ ଦାନ ହୁଣ୍ଡି ଖୋଲାଯାଇଥିବା ସମୟରେ ସେଥିରୁ ନଗଦ 1 କୋଟି 5 ଲକ୍ଷ 52 ହଜାର 845 ଟଙ୍କା ,2କେଜି 150 ଗ୍ରାମ ରୂପା ଓ 30 ଗ୍ରାମ ସୁନା ବାହାରିବା ସହ 23ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା । ଚଳିତ ଥର ଆଗ ଅପେକ୍ଷା ଅଧିକ ଅର୍ଥ ବାହାରିବା ନେଇ ଆକଳନ କରିଛି ମନ୍ଦିର ପରିଚାଳନା କମିଟି।