Hot Posts

6/recent/ticker-posts

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ

ଭଞ୍ଜନଗର, ୨୯/୦୬ ( ଜେ. କେ ପଟ୍ଟନାୟକ ) : ଭଞ୍ଜ ରାଜବଂଶ ଦ୍ୱାରା ସ୍ଥାପିତ କୁଲାଡ଼ଗଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତ ନୀତିକାନ୍ତି ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସୁରୁଖୁରୁରେ ସମ୍ପନ୍ନ ହୋଇଛି।  ସ୍ଥାନୀୟ ରାଜସ୍ୱ ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସକାଳ ୮ଟାରେ ରତ୍ନବେଦୀ ସଂସ୍କାର ନୀତି ପରେ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରାଯାଇଥିଲା। ପରେ ସୂର୍ଯ୍ୟପୂଜା, ଦେବନୀତି ଓ ପବିତ୍ର ସ୍ନାନନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଶ୍ରୀଜୀଉମାନଙ୍କର ସାଜସଜ୍ଜା, ଆଳତୀ, ବଲ୍ଲଭ ଭୋଗ ଓ ଶୁଖିଲା ଭୋଗ ଲାଗି ନୀତି ସମ୍ପାଦିତ ହୋଇଥିଲା। ଅପରାହ୍ନରେ ଶ୍ରୀଜୀଉମାନଙ୍କର ଗମ୍ଭୀରା ପ୍ରତ୍ୟାବର୍ତ୍ତନ ନୀତି, ଦକ୍ଷିଣାୟନ ଭୋଗ, ବିଭୀଷଣ ଦର୍ଶନ ଏବଂ ଶେଷରେ ଅଣସର ନୀତି ସମ୍ପନ୍ନ ହୋଇଥିଲା। ସମସ୍ତ ନୀତି ଭଞ୍ଜ ରାଜବଂଶର ପ୍ରଶାନ୍ତ ଭଞ୍ଜ ଦେଓଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ସେ ଆଦ୍ୟ ପୂଜକ ଭାବେ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ।   ଏହା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଓ ଦର୍ଶକ ମନ୍ଦିରରେ ଭିଡ ଦେଖିବାକୁ ମିଳିଥିଲା ତହସିଲଦାର ଅଭିପ୍ସା ପଟ୍ଟନାୟକ ଏବଂ ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପାଦିତ ହୋଇଥିଲା। କୁଲାଡ଼ ରାଜସ୍ୱ ନିରୀକ୍ଷକ ଭଗବାନ ବେହେରା ପୂର୍ବରୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ସହ ପୂଜକମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ। ଫଳରେ ସମସ୍ତ ନୀତି ନିର୍ଦ୍ଧାରିତ ସମୟରେ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ଦେବସ୍ନାନ ନୀତି ବଡ଼ପଣ୍ଡା ସନ୍ତୋଷ ପଣ୍ଡା, ମନ୍ଦିର ପୁରୋହିତ ଅରୁଣ ମିଶ୍ର ଏବଂ ଚିରଞ୍ଜିବୀ ପାଢ଼ୀ ତଥା ଅନ୍ୟାନ୍ୟ ସମସ୍ତ ସଦସ୍ୟ ଓ ମନ୍ଦିର ପୁରୋହିତ, ପୁଜା ପଣ୍ଡା ଓ ସେବାୟତଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା ଅନ୍ୟପକ୍ଷରେ ଏସ୍‌ଆଇ ଲକ୍ଷ୍ମୀଧର ମହାନ୍ତି ଓ ଏଏସ୍‌ଆଇ ଶରତ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଭଞ୍ଜନଗର ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।